ସମ୍ପର୍କ ରଖି କାହିଁକି ଅଲଗା ହୋଇଗଲେ ରାଜେଶ୍ ଓ ଲୁମରୈନା, ନିଜ ବ୍ରେକ ଅପ୍ ର କାହାଣୀ ସବୁ ଖୋଲି କହିଦେଲେ

 
Rajesh lumraina
ଦିନ ଥିଲା ପରଦା ଆଗରେ ଓ ପଛରେ ବେଶ୍ ପ୍ରଶଂସା କରୁଥିଲେ ଲୋକେ ଏହି ଯୋଡ଼ି ଦୁଇଟିର । ଆଉ କିଛି ଦିନ ପରେ ହୁଏ ତ ବାହାଘର ମଧ୍ୟ ହୋଇଥାନ୍ତା । ହେଲେ ସବୁ କିଛି ଅଧାରେ ରହିଗଲା । ଫ୍ୟାନ୍ସ ମାନେ ମଧ୍ୟ ଅଳ୍ପେ ବହୁତ୍ ନାରାଜ ଅଛନ୍ତି ଏଥି ପାଇଁ ।

Rajesh lumraina

ଆମେ ଏଠାରେ ଆପଣଙ୍କୁ ଓଡ଼ିଆ ସିରିଏଲ୍ ଜଗତର ବେଶ୍ ଲୋକ ପ୍ରିୟ ଯୋଡ଼ି ରାଜେଶ୍ ଓ ଲୁମ୍ରାଇନାଙ୍କ କଥା କହୁଛୁ । ଦିନ ଥିଲା ଦୁହିଁଙ୍କୁ ସବୁଠାରେ ହସ ଖୁସିରେ ଏକାଠି ଦେଖିବାକୁ ମିଳୁଥିଲା । ହେଲେ ଏବେ ସବୁ ଦିନ ପାଇଁ ଅଲଗା ହୋଇ ଯାଇଛନ୍ତି ଦୁହେଁ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ ଏ ନେଇ କଣ ରହିଛି ଲୁମ୍ରାଇନାଙ୍କ ପ୍ରତିକ୍ରିୟା । କାହିଁକି ଭାଙ୍ଗିଗଲା ଦୁହିଁଙ୍କ ସମ୍ପର୍କ । କିଏ କାହାକୁ ଦେଲା ଧୋକା ନା ରହିଛି ଆଉ କିଛି କାରଣ ।

ଏ ନେଇ ସେ କହିଛନ୍ତି ଆମେ କେହି କାହାକୁ ଧୋକା ଦେଇ ନାହୁଁ । ଦୁହିଁଙ୍କ ଭିତରେ ବୁଝାମଣା ଭିତରେ ବ୍ରେକ୍ ଅପ୍ ହୋଇଛି । ହେଲେ ମୁ ଆଜି ବି ତାଙ୍କୁ ଭଲ ପାଏ ଓ ତାଙ୍କର ଭଲ ଚାହେଁ । ସେ ଯେଉଁଠି ବି ରୁହନ୍ତୁ ଯାହା ସାଙ୍ଗରେ ବି ରୁହନ୍ତୁ ଭଲରେ ରୁହନ୍ତୁ । ଜୀବନରେ ଆଗକୁ ଯାଆନ୍ତୁ । ଆମର ଏ ନେଇ କିଛି ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା ରହିଥିଲା ଯେଉଁଥି ପାଇଁ ଆମେ ଦୁହେଁ ଅଲଗା ହୋଇଗଲୁ ।