ଦେଖନ୍ତୁ ଭିଡିଓ: ଗୋଟିଏ ପଟେ ପଡୁଥିଲା ଝିଅର ହାତଗଣ୍ଠି, ଆରପଟେ ଶୁଦ୍ଧି ହେଉଥିଲେ ବାପାମା

 
Bahaghara sudhikria

ଏପଟେ ଚାଲିଛି ବାହାଘର ସେପଟେ ଚାଲିଛି ଶୁଦ୍ଧିକ୍ରିୟା । ଝିଅ ବାପାମାଆଙ୍କ ବିରୋଧରେ ପ୍ରେମ ବିବାହ କରୁଥିବା ବେଳେ ଏପଟେ ବାପାମା ଝିଅର ଶୁଦ୍ଧିକ୍ରିୟା କରିଥିଲେ। ଝିଅର ପ୍ରେମ ବିବାହକୁ ପରିବାର ଲୋକେ ବହୁ ବିରୋଧ କରିବା ସତ୍ତ୍ୱେ ଝିଅ ନିଜ ଇଛା ଅନୁସାରେ ହୋଇଥିଲା ବାହା। ଯାହା ପରେ ଘର ଲୋକେ ନେଇଥିଲେ ଏପରି ନିଷ୍ପତି।

Bahaghra

କଣ କଥା ଟି ଆପଣଙ୍କୁ ଅଡ଼ୁଆ ଲାଗୁଛି । ହେଲେ ଏପରି ଏକ ଘଟଣା ଘଟି ସାରିଛି। ଝିଅର ପ୍ରେମ ବିବାହକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଘର ଲୋକେ। ଆଜ୍ଞା ହଁ ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳୀ ବଜାର ଅଞ୍ଚଳର । ଘଟଣା ଅନୁସାରେ ଯୁବତୀ ଜଣଙ୍କର ଆଳି ନୂଆବଜାର ଅଞ୍ଚଳର ଶ୍ରୀବାସ୍ତବ ମାଲିକ ନାମକ ଜଣେ ସ୍ଥାନୀୟ ଯୁବକଙ୍କ ସହିତ ଗଢ଼ି ଉଠଥିଲା ପ୍ରେମ ସମ୍ପର୍କ।

ହେଲେ ଘର ଲୋକେ ଏହାକୁ ପ୍ରଥମରୁ ହିଁ ବିରୋଧ କରି ଆସୁଥିଲେ। ଯେଉଁଥି ପାଇଁ ଆଗରୁ ଅନେକ ଥର ଯୁବତୀଙ୍କ ଘରେ କଳହ ମଧ୍ୟ ସୃଷ୍ଟି ହୋଇଥିଲା। ଏତେ ସବୁ ପରେ ମଧ୍ୟ ଯୁବତୀ ଜଣଙ୍କ ଗତ ସୋମବାର ଦିନ ଆଳି ଲକ୍ଷ୍ମୀବରାହ ମନ୍ଦିରରେ ନିଜର ପ୍ରେମିକ ଶ୍ରୀବାସ୍ତବ ଙ୍କୁ ବିବାହ କରିଥିଲେ।

​​​​​​ଯେଉଁଥି ପାଇଁ ହୁଏତ ଭିଷଣ ରାଗି ଯାଇଥିଲେ ପରିବାର ଲୋକେ। ସେହି ଦିନ ବନ୍ଧୁବାନ୍ଧବ ଙ୍କୁ ଡାକି ଝିଅର ଶୁଦ୍ଧିକ୍ରିୟା କରିଥିଲେ ଘର ଲୋକେ। ଯାହା ଆଶ୍ଚର୍ଯ୍ୟ କରି ଦେଇଥିଲା ସ୍ଥାନୀୟ ଲୋକଙ୍କୁ। ଆଜି କାଲି ଏପରି ଘଟଣା ସାଧାରଣ ହୋଇଥିବା ବେଳେ ଘର ଲୋକଙ୍କର ଏପରି ନିଷ୍ପତି ସମସ୍ତଙ୍କୁ ଚକିତ କରିଦେଇଛି।