ଶୀତ ଦିନରେ ବର୍ଷା କଲାଣି କଲବଳ, ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷା, ପାଣିପାଗ ବିଭାଗ ତରଫରୁ ଜାରି ହେଲା ସତର୍କ ସୂଚନା

 
laghu

କିଛି ଦିନ ହେଲା ରାଜ୍ୟ ର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି । ଯେଉଁ ଘୂର୍ଣ୍ଣିବଳୟ ତାମିଲନାଡୁ ଓ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିଲା ତାହା ଏବେ ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ଗତି କରିବାରେ ଲାଗିଛି । ତେବେ ସୂଚନା ଅନୁଯାୟୀ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

rain

ଯଦି ଲଘୁଚାପ ସୃଷ୍ଟି ହୁଏ ତେବେ ଏହାର ପ୍ରଭାବରେ ୯ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏହି ୯ ଜିଲ୍ଲା ହେଲା- ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। 

ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଏସ୍ଆରସିଙ୍କ ପକ୍ଷରୁ ସତର୍କତା ଜାରି ହୋଇଛି । ପ୍ରଶାସନିକ ଅଧିକାରୀ ସଜାଗ ରହିବାକୁ ଏସ୍ଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। 

Rain

ତାହାଲେ ଷୋମବାର ଦିନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୧୬ ଓ ୧୭ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇଅ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।