​​ହାଡ଼ଭଙ୍ଗା ଶୀତରେ ସାରା ଓଡିଶା ଥରୁଥିବା ବେଳେ ଏବେ ପୁଣି ଆସୁଛି ବଡ଼ ବର୍ଷା, ପ୍ରବଳ ବର୍ଷିବ, ଜାଣନ୍ତୁ ପୁରା ଖବର

 
Barsha
ଏ କିଛି ନୁହେଁ ଆଗକୁ ବଢିବ ଶୀତ । ସ୍ଥାନେ ସ୍ଥାନେ ହୋଇପାରେ ହାଡ଼ ଭଙ୍ଗା ଶୀତ । ହଁ ଆଜ୍ଞା ଆଗକୁ ଶୀତ ବଢିବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । କାରଣ ରହିଛି ବର୍ଷାର ଆଶଙ୍କା । ୨୩ ଓ ୨୪ ରେ ହେବାକୁ ଯାଉଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ଯାହାର ପରିଣାମରେ ବଢିଯିବ ଶୀତ ।
ର
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୨୩ ଓ ୨୪ ରେ ହେବାକୁ ଯାଉଛି ପ୍ରବଳ ବର୍ଷା । ସ୍ଥାନେ ସ୍ଥାନେ ଘଡଘଡି ସହ ଗର୍ଜୀବ ବର୍ଷା । ବର୍ଷା ଆରମ୍ଭ ମାତ୍ରେ ଆହୁରି କମିଯିବ ତାପମାତ୍ରା ।
ବର୍ତ୍ତମାନର ସର୍ବନିମ୍ନ ତାପମାତ୍ରା ରହିଛି ୯. ୩ଡିଗ୍ରୀ ସେଲସିଅସ ଏବଂ ସର୍ବାଧିକ ରହିଛି ୧୩ ଡିଗ୍ରୀ ସେଲସୀୟସ । ହେଲେ ବର୍ଷା ପରେ ଆହୁରି କମିଯିବ ତାପମାତ୍ରା ।
Barsha
ସୁଚନା ଅନୁସାରେ ପ୍ରାୟ ୨୦ ତାରିଖ ପର୍ଯ୍ୟନ୍ତ ରହିବ ପୂର୍ବ ତାପମାତ୍ରା । ୨୦ ତାରିଖ ପରେ ପାଗରେ ଦେଖାଯିବ ପରିବର୍ତ୍ତନ । ପାଗ କୋହଲା ରହିବ । ୨୩ ଠାରୁ ଆରମ୍ଭ ହୋଇଯିବ ବର୍ଷା । ବର୍ଷାର କମିବା ପରେ ବଢିଯିବ ଶୀତ । ଶୀତ ସାଙ୍ଗକୁ କୋହଲା ପବନ । ଅନୁମାନ କରି ପାରୁଥିବେ ଆପଣ ।