​​​​ପ୍ରେମରେ କଣ୍ଟା ସାଜୁଥିଲେ ପ୍ରମିକାର ଦାଦା, ମାରିକି ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା ପ୍ରେମିକ, ଜାଣନ୍ତୁ ପୁରା ଘଟଣା

 
Jhiari

ଝିଆରୀକୁ ପ୍ରେମ କରୁଥିଲା , ହେଲେ ଦାଦା ଏହି ପ୍ରେମକୁ ସମର୍ଥନ ନ କରିବାରୁ ଦାଦାଙ୍କୁ ମାରି ଦେଲା ଯୁବକ ! ତାହା ପୁଣି ଖଣ୍ଡାରେ ହାଣି । ତେବେ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ସୁକ ବିହାରରେ । ରାଜଧାନୀର ଏହି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ରାଜଧାନୀ ସୁକ ବିହାରର ବାସିନ୍ଦା ହେଉଛନ୍ତି ଜଗତ୍ ମଲ୍ଲିକ । ତଥା ଜଗା । ବୟସ ୩୩ ବର୍ଷ । ଜଗା ଜଣେ ଅଟୋ ଡ୍ରାଇଭର୍ ଅଟନ୍ତି । ସୂଚନା ଅନୁଯାୟୀ , ତାଙ୍କର ଏକ ଝିଆରୀ ଅଛି । ଯାହାକୁ କି ସେହି ଅଞ୍ଚଳର ଯୁକ୍ତ ଦୁଇରେ ପଢୁଥିବା ଏକ ନାବାଳକ ଏକ ତରଫା ପ୍ରେମ କରୁଥିଲା ।

Ay

କିନ୍ତୁ ଜଗାଙ୍କୁ ଏହା ପସନ୍ଦ ନଥିଲା । ତେଣୁ ଜଗା ସେ ପୁଅଟିକୁ ବୁଝା ଶୁଝା ମଧ୍ୟ କରିଥିଲେ । କିନ୍ତୁ ପୁଅଟି ଜଗାଙ୍କ କଥା ଶୁଣି ନଥିଲା । ବରଂ ତାର ଟାର୍ଗେଟ ବନି ଯାଇଥିଲେ ଜଗା । ସେ ତାର କିଛି ସାଙ୍ଗଙ୍କ ସହ ମିଶି ଜଗାକୁ ମାରିବାର ପ୍ଲାନ୍ କରିଥିଲା । 

ନିକଟରେ ଜଗା ଗତ ବୁଧବାର ଦିନ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କଟକ ଯାଉଥିଲେ । କିନ୍ତୁ ଘରକୁ ଫେରିବା ବାଟରେ ସେହି କଲେଜ୍ ପଢୁଆ ପିଲାଟି ଘଟାଇଥିଲା ଏଭଳି କାଣ୍ଡ । ଯାହାକୁ କି କେହି କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିବେ । ତେବେ ଜଗା ଘରକୁ ଫେରିବା ବାଟରେ ତାଙ୍କର କିଛି ବନ୍ଧୁ ଫିଷ୍ଟ କରୁଥିଲେ ।

କିନ୍ତୁ ଜଗା ସେଠାରେ ନ ଖାଇ ପାର୍ଶଲ ନେଇ ଘରକୁ ଆସୁଥିଲେ । ହେଲେ ବାଟରେ ଜଗି ବସିଥିଲା ସେହି ପିଲାଟି । ନିଜର କିଛି ସାଙ୍ଗଙ୍କ ସହ ସେ ଜଗାଙ୍କ ରାସ୍ତା ରୋକ କରିଥିଲା । ଯାହା ପରେ ଦୁହିଁଙ୍କ ମଧ୍ୟରେ ବେଶ୍ ଏପଟ ସେପଟ କଥା ହୋଇଥିଲା । ଆଉ ଶେଷରେ ସେ ପୁଅଟି ଜଗାଙ୍କ ବେକକୁ ଖଣ୍ଡାରେ ହାଣି ଦେଇଥିଲା ।

ତଥାପି ବି ଜଗା ହାର ମାନି ନଥିଲେ । ରକ୍ତ ବାହାରୁଥିବା ବେକକୁ ନେଇ ଜଗା ତାଙ୍କ ଘରେ ପହଞ୍ଚିଥିଲେ । ଯାହା ପରେ ପରିବାର ଲୋକେ ତାଙ୍କୁ ସାଙ୍ଗେ ସାଙ୍ଗେ ଏମ୍ସ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ଖଣ୍ଡଗିରି ପୋଲିସ ଏହି ଘଟଣାକୁ ନେଇ ନିଜର ତଦନ୍ତ ଆରମ୍ଭ କରି ଦେଇଛି ।