"ମୁଁ ବାହା ହେବାକୁ ରାଜି ନଥିଲି...ହେଲେ ମୋତେ ବାହା ହେଲା ଏବେ କହୁଛି ଘରେ ରଖିବନି" ଜାଣନ୍ତୁ ପୁରା ଘଟଣା

 
Couple

ଦିନ ଥିଲା ଭଲ ପାଇ ବାହା ହୋଇଥିଲେ ଦୁହେଁ । ହେଲେ ଏବେ ସ୍ଵାମୀ ସ୍ତ୍ରୀକୁ ରଖିବାକୁ ନାରାଜ । ଏଭଳି ପରିସ୍ଥିତିରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ । ନିଜ ସ୍ଵାମୀ ଏବଂ ଶାଶୂ ଘର ନାମରେ ଅଭିଯୋଗ ଆଣିଛନ୍ତି ମହିଳା ଜଣଙ୍କ । 

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ରଶ୍ମି ଏବଂ ଆର୍ୟାନଙ୍କ ପ୍ରେମ କାହାଣୀ ବିଷୟରେ ଅଳ୍ପେ ବହୁତେ ଆପଣ ସମସ୍ତେ ତ ଜାଣିଥିବେ । ଲକଡାଉନ୍ ସମୟରେ ଦୁହେଁ ଦୁହିଁଙ୍କୁ ଇନଷ୍ଟାଗ୍ରାମରେ ଭେଟିଥିଲେ । ପରେ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । 

Ay

ଯାହା ପରେ ପ୍ରେମ ନେଇଥିଲା ବିବାହର ରୂପ । ବିବାହ ପରେ ଆର୍ୟନ୍ ରଶ୍ମିଙ୍କୁ ତାଙ୍କ ଘର ଫୁଲବାଣୀ ନେଇ ଯାଇଥିଲେ । ଫୁଲବାଣୀରେ ତାଙ୍କର ମାତ୍ର ଗୋଟିଏ ରୁମ୍ ଥିଲା । ଯେଉଁଠି ଶାଶୁ, ଶ୍ଵଶୁର , ରଶ୍ମି ଏବଂ ଆର୍ୟନ ମିଶି ରହୁଥିଲେ । ଯେଉଁଥି ପାଇଁ ରଶ୍ମି ଏବଂ ଆର୍ୟନଙ୍କ ମଧ୍ୟରେ କଳହ ଲାଗି ରହୁଥିଲା ।

ଏହାରି ମଧ୍ୟରେ ରଶ୍ମି ଗର୍ଭବତି ହୋଇଥିଲେ । ଆର୍ୟନ ରଶ୍ମି ଙ୍କୁ ନେଇ ତାଙ୍କ ଘରେ ଛାଡ଼ି ଦେଇଥିଲେ । ଏବଂ ସାତ ମାସ ହେଲେ ତାଙ୍କୁ ଯାଇ ଆଣିବେ ବୋଲି କହିଥିଲେ । 

କିନ୍ତୁ ବର୍ତ୍ତମାନ ରଶ୍ମିଙ୍କ ଅଭିଯୋଗ ଅନୁସାରେ, ଆର୍ୟନ ତାଙ୍କୁ ଆଉ ରଖିବେ ନାହିଁ ବୋଲି କହିଛନ୍ତି । ରଶ୍ମିଙ୍କ ପାଇଁ ତାଙ୍କ ଘରେ ସବୁବେଳେ ଝଗଡା ହେଉଛି ବୋଲି ମଧ୍ୟ କହିଛନ୍ତି । ଯେଉଁଥି ପାଇଁ ସେ ଆଉ ତାଙ୍କୁ ରଖିବେ ନାହିଁ ।