ମିଛ କହି ଯୁବତୀକୁ ଆଣି ଭୁବନେଶ୍ୱର ଛାଡ଼ିଦେଲା ବୟଫ୍ରେଣ୍ଡ୍, ଦେହ ବ୍ୟବସାୟର ଶିକାର ହୋଇ ରାସ୍ତାରେ ଯୁବତୀ, ଜାଣନ୍ତୁ ପୁରା ଘଟଣା

 
Jubati

ବାର୍ ରେ ଡ୍ୟାନ୍ସ କରିବାକୁ କହି ଆଣି ମୋତେ ଦେହ ବ୍ୟବସାୟ କରିବାକୁ ବାଧ୍ୟ କଲେ , ମନା କରିବାରୁ ମୋ ସହିତ ଜୋର୍ ଜବରଦସ୍ତ କରିଥିଲେ । ଏହି ଅଭିଯୋଗ ନେଇ ପୋଲିସ ପାଖରେ ପହଞ୍ଚିବା ପରେ ପୋଲିସ ମଧ୍ୟ ତାଙ୍କ ଅଭିଯୋଗକୁ ଗ୍ରହଣ କରି ନଥିଲେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

Bar dancer girl

ଏପରି ଏକ ଅଭିଯୋଗ ଆଣିଛନ୍ତି ଏକ ନନ୍ ଓଡ଼ିଆ ବାର୍ ଡ୍ୟାନ୍ସର । ରାସ୍ତାରେ ଦେଖାଇଲେ ହାଇଡ୍ରାମା । ପୋଲିସ ବିରୁଦ୍ଧରେ ଉଠାଇଲେ ଆବାଜ । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଂଚଳରେ ।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ତାଙ୍କର ଯୁବକ ବନ୍ଧୁ ତାଙ୍କୁ ବାର୍ ରେ ଡ୍ୟାନ୍ସ କରିବା ପାଇଁ ଡ଼କାଇଥିଲେ । ବନ୍ଧୁଙ୍କ କଥା ଅନୁସାରେ ସେ ଭୁବନେଶ୍ୱରର ଏକ ହୋଟେଲକୁ ମଧ୍ୟ ଆସିଥିଲେ ।

ସେଠାରେ ତାଙ୍କ ବନ୍ଧୁ ତାଙ୍କୁ ଛାଡି ପଳାଇଥିଲେ । ସେଠାକୁ ଅନ୍ୟ ବ୍ୟକ୍ତି ମାନେ ଆସି ତାଙ୍କୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରିଥିଲେ । ଯାହା ପାଇଁ ତାଙ୍କ ସହ ଖରାପ ବ୍ୟବହାର ମଧ୍ୟ କରିଥିଲେ ।