ଘରେ କଲେଜ ଯାଉଛି କହି ଆସି ଭୁବନେଶ୍ବର ହୋଟେଲକୁ ଆସିଥିଲେ, ପରେ ମିଳିଲା ମୃତଦେହ, ଜାଣନ୍ତୁ ପୁରା ଘଟଣା

 
Bar girl

ଲେଡି ବାର୍ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ। କେମିତି ହେଲା ମୃତ୍ୟୁ? ଆତ୍ମହତ୍ୟା ନା ହତ୍ୟା ? ଅସ୍ପଷ୍ଟ ରହିଛି ମୃତ୍ୟୁର କାରଣ। ତେବେ ଯୁବତୀଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ। ମୃତ ଯୁବତୀ ହେଲେ ଭଦ୍ରକ କୁଆ ବାଘସାହିର ଶୁଭଲକ୍ଷ୍ମୀ ସାହୁ (୧୮)। ଗତକାଲି ଲକ୍ଷ୍ମୀସାଗର କଟକ ରୋଡ୍ ଦୀପାଳି ବାରେର ଥିବା ଲଜ ରୁମ୍ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା।

Bar

ମୃତ ଯୁବତୀଙ୍କ ବାପା ଓ ଭାଇ କହିଛନ୍ତି, କେହି ଶୁଭଲକ୍ଷ୍ମୀଙ୍କୁ ହତ୍ୟା କରି ଝୁଲାଇ ଦେଇଛନ୍ତି। ତାଙ୍କ ଝୁଲନ୍ତା ଶବକୁ ପୁଲିସ ଜବତ କରିଛି। ହୋଟେଲର ଏକ ରୁମରେ ଶୁଭଲକ୍ଷ୍ମୀଙ୍କ ଶବ ଓଢ଼ଣିରେ ଝୁଲିବା ଅବସ୍ଥାରେ ମିଳିଥିବାରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ପୁଲିସ ତାଙ୍କ ପରିବାର ଲୋକଙ୍କୁ ଏ ନେଇ ଖବର ଦେବା ସହ ଦୀପାଳି ହୋଟେଲରେ ଛାନଭିନ୍ କରୁଛି। ହୋଟେଲ ଓ ବାର୍ ମ୍ୟାନେଜର ଭାସ୍କର ପଟ୍ଟନାୟକଙ୍କୁ ପଚରାଉଚରା କରାଯାଉଛି।

Jhia

ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ମିଳିଥିବା ରୁମ୍ ରୁ ଏକ ମୋବାଇଲ ଫୋନ୍ ଜବତ କରାଯାଇଛି। ଦୀପାଲି ବାର୍ ‍ରେ ଥିବା ଲଜର ୨୦୫ ନମ୍ୱର ଶୁଭଲକ୍ଷ୍ମୀଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା।

ଶୁକ୍ରବାର ସକାଳ ୩ଟା ୨୦ ସମୟରେ ଗେଷ୍ଟ ହିସାବରେ ରେଜିଷ୍ଟର୍ ‍ରେ ଏଣ୍ଟ୍ରି କରିଥିଲେ। ପରେ ଶୁଭଲକ୍ଷ୍ମୀ ରୁମରୁ ବାହାରି ନଥିଲେ। କବାଟ ବାଡ଼େଇବାରୁ ବି କୌଣସି ଉତ୍ତର ମିଳି ନଥିଲା। ତେଣୁ ଅପରାହ୍ନ ପ୍ରାୟ ୫ଟାରେ ସେ କବାଟକୁ ଜୋର୍ରେ ଠେଲିବାରୁ ଭିତରପଟୁ ଦିଆ ଯାଇଥିବା ହୁକ୍ ଭାଙ୍ଗି ଯାଇଥିଲା। ତା'ପରେ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହକୁ ଦେଖିବାକୁ ପାଇଥିଲେ।