ଧଳା ନାଲି ଶାଢ଼ୀ ପିନ୍ଧି ଅଳତା ନାଇଥିଲେ, ଅଚାନକ ହେଇଗଲା ବୋହୂର ମୃତ୍ୟୁ, ସ୍ବାମୀକୁ ଟେକି ନେଲା ପୋଲିସ୍, ଜାଣନ୍ତୁ ପୁରା ଘଟଣା
ଘରୋଇ କଳହରୁ ମାର୍ଗଶିର ମାସ ମାଣବସା ଗୁରୁବାରରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବାର ଭୋଗରାଇ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ଅନୁଯାୟୀ, ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି। ମୃତ ମହିଳା ହେଲେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଗୁନାଇବସାଣ ପଞ୍ଚାୟତ ହରିପୁର ଗ୍ରାମର ରାମକୃଷ୍ଣ ମାହାନାଙ୍କ ସ୍ତ୍ରୀ ସସ୍ମିତା।
ବିବାହ ସମୟରୁ ଝିଅର ସ୍ବାମୀ ଓ ଶଶୁର ଯୈାତୁକ ନିର୍ଯାତନା ଦେଇଥିବା ସସ୍ମିତାଙ୍କ ମା ସବିତା ବେହେରା ଅଭିଯୋଗ କରିଛନ୍ତି। ବାରମ୍ବାର ଗ୍ରାମରେ ବିଚାର ପରେବି ସସ୍ମିତାଙ୍କୁ ଶଶୁର ଘର ଲୋକେ ନିର୍ଯାତନା ଦେଉଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ସ୍ବାମୀ ରାମକୃଷ୍ଣ ମାହାନାଙ୍କୁ ଅଟକ ରଖି ପଚରାଉଚରା କରୁଛି ଭୋଗରାଇ ପୁଲିସ।

ଅଭିଯୋଗକାରୀ ସସ୍ମିତାଙ୍କ ମା'ସବିତା ବେହେରାଙ୍କ କହିବାନୁଯାୟୀ, ବିବାହ ପରଠାରୁ ସ୍ବାମୀ ଶ୍ୱଶୁର ତାଙ୍କ ଝିଅକୁ ଶାରୀରିକ ଓ ମାନସିକ ଭାବେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ଗ୍ରାମରେ ବାରମ୍ବାର ଏଥିପାଇଁ ବୈଠକ ବସି ସମାଧାନ ହୋଇପାରୁ ନ ଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକନ୍ଦ୍ରରେ ସସ୍ମିତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବାର ସୂଚନା ମିଳିଛି l ମୃତା ସସ୍ମିତାଙ୍କର ୨ ବର୍ଷର ଜଣେ ଝିଅ ଅଛନ୍ତି।