ଠକିଦେଲା ଓଡ଼ିଆ ପ୍ରେମିକ, ନ୍ୟାୟ ମାଗିବାକୁ ଓଡ଼ିଶା ଆସି ଆତ୍ମହତ୍ୟା ଉଦ୍ୟମ କଲେ ଗୁଜୁରାଟି ଯୁବତୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Odia pua

ପ୍ରେମ କରି ଠକିଦେଇ ଚାଲିଗଲା ଓଡ଼ିଆ ଯୁବକ,ପ୍ରତାରଣା ସହିବା ପରେ ନ୍ୟାୟ ପାଇଁ ଗୁଜୁରାଟରୁ ଓଡ଼ିଶା ଚାଲିଆସିଲେ ପ୍ରେମିକା। ଗଞ୍ଜାମ ଜିଲ୍ଲା ବଡଆଗୁଳ ଗାଁରୁ ଏହିପରି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

Jubati

ମିଳିଥିବା ସୂଚନା ଅନୁଯାଇ ଓଡିଆ ଯୁବକ ଅରେନ୍ଦ୍ର କରଣ ନାମକ ଏହି ଯୁବକ ଦୀର୍ଘ ୫ ବର୍ଷ ହେବ ଗୁଜୁରାଟର ସୁରଟରେ କାମ କରୁଥିଲେ। ସେଠାରେ ରହିବା ସମୟରେ ଅରେନ୍ଦ୍ର ତାଙ୍କ ସହ ସମ୍ପର୍କ ରଖିଥିବା ଯୁବତୀ ଜଣକ କହିଛନ୍ତି। କିନ୍ତୁ ଏତେ ଦିନ ପ୍ରେମ ଏବଂ ଶାରୀରିକ ସମ୍ପର୍କ ରଖିବା ପରେ ଅରେନ୍ଦ୍ର ତାଙ୍କୁ ଧୋକା ଦେଇ ନିଜ ଗାଁକୁ ଚାଲିଆସିଥିଲେ।

ଅରେନ୍ଦ୍ର ଗାଁରେ ଆଉ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯୋଜନା କରୁଥିବା ଖବର ପାଇ ଯୁବତୀ ଜଣକ ବଡ଼ଅଗୁଳରେ ଥିବା ତାଙ୍କ ଘର ଆଗରେ ଧାରଣା ଦେଇଥିଲେ। କିନ୍ତୁ, ସେଠାରେ କୌଣସି ସମାଧାନ ନ ହେବାରୁ ବାଧ୍ୟ ହୋଇ କବିସୂର୍ଯ୍ୟ ନଗର ଥାନାରେ ଯୁବତୀ ଏତଲା ଦେଇଥିଲେ। ଏହାପରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ଯୁବତୀଙ୍କୁ ବ୍ରହ୍ମପୁର ସ୍ଥିତ ମହିଳା ସୁଧାର ଗୃହରେ ରଖିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଅରେନ୍ଦ୍ରଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିପାରିନଥିବା ବେଳେ, ଘଟଣାର କୌଣସି ସମାଧାନ ନ ହେଲେ ଯୁବତୀଜଣକ ଆତ୍ମହୁତିରା ଧମକ ଦେଇଛନ୍ତି।