ବ୍ୟର୍ଥ ଯିବନି ଭକ୍ତଙ୍କ ଅର୍ପଣ, ପୁରୀ ଗଲାନି ସିନା ହେଲେ ସେହି ଚାଉଳ ଓ ଗୁଆରେ ହେବ ଏହି କାମ, ଜାଣନ୍ତୁ ପୁରା ଖବର

 
Parikarma prakalpa
ଗାଆଁ ସାହି ବୁଲିଲା ରଥ , ଜଗନ୍ନାଥଙ୍କ ନାଁରେ ଆଦାୟ ହେଲା ଲକ୍ଷ ଲକ୍ଷ ଲୋକଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ । ଗାଆଁ ଗାଆଁ ବୁଲି ଅରୁଆ ଚାଉଳ ଓ ଗୁଆ ଆଦାୟ କରା ଯାଇଥିଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ । ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ନିମନ୍ତେ ଭକ୍ତ ମାନେ ନିଜର ସାଧନ ଅନୁସାରେ ଦାନ କରିଥିଲେ ଏହାକୁ ।

Parikarma prakalpa

ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଗୁଆ , ଚାଉଳ ଗଲା କୁଆଡେ ? ଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଗତ ୧୭ ଜାନୁୟାରୀରେ ସୂଚାର ରୂପେ ସମ୍ପନ୍ନ ହୋଇଥିଲା । ହେଲେ ଏଠାରେ ପହଞ୍ଚି ନ ଥିଲା ଗୁଆ କି ଅରୁଆ ଚାଉଳ । ତେବେ ଯଦି ଏହା ନିର୍ଦ୍ଧିଷ୍ଟ ଦିନରେ ପହଞ୍ଚିବାର ନ ଥିଲା ତେବେ ଗାଆଁ ଗାଆଁ ବୁଲି କାହିଁକି ଏ ପ୍ରହସନ ଜାରି ରହିଥିଲା । କାହିଁକି ଲୋକ ମାନଙ୍କ ଧାର୍ମିକ ଭାବନା ସହ ଏପରି ଖେଳା ଗଲା ?

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଏହିସବୁ ପ୍ରଶ୍ନର ଉତ୍ତର ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟରେ ଲାଗିବ ଅର୍ପଣ ରଥରେ ସଂଗ୍ରହ ହୋଇଥିବା ଅରୁଆ ଚାଉଳ ଓ ଗୁଆ । ଶ୍ରୀମନ୍ଦିର ମହାସୁଆର ନିଯୋଗ ଏହାକୁ ସସମ୍ମାନେ ଗ୍ରହଣ କରି କାଳିଆ ଠାକୁରଙ୍କ କାର୍ଯ୍ୟରେ ବିନିଯୋଗ କରିବେ । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମହାସୁଆର ନିିଯୋଗ ସଭାପତି ପଦ୍ମନାଭ ମହାସୁଆର ଓ ସମ୍ପାଦକ ନାରାୟଣ ମହାସୁଆର ।

Gua caula

ଏହାର ଜବାବ ଦେବାକୁ ଯାଇ ଆଜି ଶ୍ରୀମନ୍ଦିର ମହାସୁଆର ନିଯୋଗ ସ୍ପଷ୍ଟ କରିଛି- ଏହି ଅରୁଆ ଚାଉଳ ଏବଂ ଗୁଆ ମହାପ୍ରଭୁଙ୍କ କାମରେ ଲାଗିବ । ଭିନ୍ନଭିନ୍ନ ଭକ୍ତଙ୍କଠାରୁ ଅରୁଆ ଚାଉଳ ସଂଗ୍ରହ ହୋଇଥିବାରୁ ଚାଉଳର କିସମ ଭିନ୍ନ ଭିନ୍ନ ରହିଛି । ତେଣୁ ଏଥିରେ ଖେଚୁଡ଼ି ଭୋଗ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ପାଇଁ ଯୋଜନା କରାଯାଇଛି । ଖେଚୁଡ଼ି ସହିତ କିଛି ଚାଉଳରେ ପିଠା ପ୍ରସ୍ତୁତ ହେବ । ଆଉ କିଛି ଚାଉଳରୁ ମୁରୁଜ ପ୍ରସ୍ତୁତ କରାଯିବ ।

ଜାଣନ୍ତୁ ଏଥି ପାଇଁ ରାଜସ୍ବ ପକ୍ଷରୁ କେତେ ବ୍ୟୟ ହୋଇଥିଲା ?

ଏଥି ପାଇଁ ପଂଚାୟତ ପିଛା ୨ଲକ୍ଷ , ୱାର୍ଡ ପିଛା ୩ ଲକ୍ଷ ଓ ପୌର ପାଳିକାରେ ୱାର୍ଡ ପିଛା ୫ ଲକ୍ଷ ଟଙ୍କା ବ୍ୟୟ କରା ଯାଇଥିଲା । ଏହା ସହିତ ଅନ୍ୟାନ୍ୟ ପ୍ରଚାର ପ୍ରସାର ବାବଦକୁ ମୋଟ ୧୩୫ କୋଟି ୮୮ ଲକ୍ଷ ଖର୍ଚ୍ଚ କରା ଯାଇଥିବାର ସୂଚନା ମିଳିଛି ।