ଦେଶରେ ପ୍ରଥମ ରାଜ୍ୟ ଭାବେ ନବଦମ୍ପତ୍ତିଙ୍କୁ ବିବାହର ଗିଫ୍ଟ ଦେବେ ସରକାର, ଗିଫ୍ଟ ପ୍ୟାକେଟରେ ରହିବ ଏହିସବୁ ଜିନିଷ

 
Naba dampati

ଆଗକୁ ଆସୁଛି ବିବାହ ଋତୁ, ତେବେ ଏହାରି ଭିତରେ ନବ ବିବାହିତଙ୍କୁ 'ନବ ଦମ୍ପତି ଗିଫ୍ଟ କିଟ୍‌' ଦେବାପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଥିନେଇ ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ନାସନାଲ ହେଲ୍‌ଥ ମିଶନ(ଏନ୍‌ଏଚ୍‌ଏମ୍‌) ଏହି 'ନବ ଦମ୍ପତି ଗିଫ୍ଟ କିଟ୍‌' ଜିଲ୍ଲାଗୁଡ଼ିକୁ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛି।Marriage

ଏହି ଯୋଜନା ଗତ ନଭେମ୍ବର ମାସଠାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା କିନ୍ତୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କିଟ୍‌ ଯୋଗାଇବା ନେଇ ଟେଣ୍ଡର ଆହ୍ୱାନ କରିବାରେ କିଛି ତ୍ରୁଟି ହେତୁ ଏହା ବାଧାପ୍ରାପ୍ତ ହୋଇଥିଲା। ଏବେ ଏନ୍‌ଏଚ୍‌ଏମ୍‌ ଏହି କାର୍ଯ୍ୟ କରିବାକୁ ଟେଣ୍ଡର ନେଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ପାଇଁ ସ୍ୱାସ୍ଥ୍ୟ ବିଭାଗ ୭ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାପଡ଼ିଛି।

Medicine

ଯୋଜନା ଅନୁଯାଇ ସ୍ଥାନୀୟ ଆଶାକର୍ମୀ ଦମ୍ପତ୍ତିଙ୍କ ବିବାହ ଭୋଜିରେ ପହଞ୍ଚି ଏହି କିଟ୍ ତାଙ୍କୁ ଗିଫ୍ଟ କରିବେ। ପ୍ରମାଣ ପାଇଁ ସେ ତାଙ୍କ ସହିତ ଏକ ସେଲ୍ଫି ନେବେ ଏବଂ ଦମ୍ପତ୍ତିଙ୍କ ସ୍ବାକ୍ଷର ମଧ୍ୟ ନେବେ। ଏଥିପାଇଁ ଆଶାକର୍ମୀଙ୍କୁ ୧୦୦ ଟଙ୍କା ପାରିଶ୍ରମିକ ମଧ୍ୟ ମିଳିବ। କିନ୍ତୁ, ସେ ଦମ୍ପତ୍ତିଙ୍କୁ ସମ୍ପୂର୍ଣ୍ଣ ମାଗଣାରେ କିଟଟିକୁ ପ୍ରଦାନ କରିବେ। ଏହି କିଟରେ ପରିବାର କଲ୍ୟାଣ ପୁସ୍ତିକା, କଣ୍ଡୋମ, ଓରାଲ କଣ୍ଟ୍ରାସେପଟିଭ ପିଲ୍ସ, ଗର୍ଭ ଜନିତ ଟେଷ୍ଟିଂ କିଟ୍‌, ଏମରଜେନ୍‌ସି କଣ୍ଟ୍ରାସେପ୍ଟିଭ ପିଲ୍ସ ଓ ବିବାହ ପଞ୍ଜୀକରଣ ଫର୍ମ ଇତ୍ୟାଦି ନବଦମ୍ପତିଙ୍କୁ ପ୍ରଦାନ କରାଯିବ। ଉଭୟ ସହର ଏବଂ ଗ୍ରାମାଞ୍ଚଳରେ ଏହା କାର୍ଯ୍ୟକାରୀ କରାଯିବ।