ଓଡ଼ିଶାରେ ସରକାରୀ ଚାକିରି; ନିଯୁକ୍ତି ପାଇବେ ୫ ଶହରୁ ଅଧିକ ଶିକ୍ଷକ, ଦରମା ୧.୪୨ ଲକ୍ଷ, ଜାଣନ୍ତୁ ପୂରା ଖବର

 
Teacher job

ସରକାରୀ ଚାକିରି ଖୋଜୁଥିଲେ ଆସିଲା ଖୁସି ଖବର। ଆସିଲା ବଡ଼ ନିଯୁକ୍ତି ଖବର। ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୫୫୫ଟି ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (ପିଜିଟି) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ SSB ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଜୁଲାଇ ୨୫ ହେଉଛି ଫର୍ମ ଦାଖଲ କରିବାର ଶେଷ ତାରିଖ। ଆଗ୍ରହୀ ପ୍ରାର୍ଥୀମାନେ SSBର ଅଫିସିଆଲ୍ ୱେବସାଇଟ୍ ssbodisha.ac.in କୁ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ।

Teacher

ମୋଟ୍ ପଦବୀ :-

ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକମାନଙ୍କର 555ଟି ପଦବୀ ପୂରଣ ହେବ।

ବୟସ ସୀମା :-

ସର୍ବନିମ୍ନ ବୟସ - 21 ବର୍ଷ

ସର୍ବାଧିକ ବୟସ - 38 ବର୍ଷ

ଆବେଦନ ଶୁଳ୍କ :-

ସାଧାରଣ / SEBC ବର୍ଗଙ୍କ ପାଇଁ – 500 ଟଙ୍କା

SC / ST / PWD ବର୍ଗଙ୍କ - 200 ଟଙ୍କା

ଦରମା :-

ସର୍ବନିମ୍ନ ମାସିକ ଦରମା – 44,900 ଟଙ୍କା

ସର୍ବାଧିକ ମାସିକ ଦରମା – 1,42,400 ଟଙ୍କା

କିପରି କରିବେ ଆବେଦନ :-

ଅଫିସିଆଲ୍ ୱେବସାଇଟ୍ ssbodisha.ac.in କୁ ଯାଆନ୍ତୁ, ହୋମ୍‌ପେଜ୍‌ରେ, “Apply online” ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ପଞ୍ଜିକରଣ କରନ୍ତୁ ଏବଂ ଆବେଦନ ପ୍ରକ୍ରିୟାକୁ ଆଗକୁ ନିଅନ୍ତୁ ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଶୁଳ୍କ ପୈଠ କରନ୍ତୁ ଏବଂ Submit ଉପରେ କ୍ଲିକ୍ କରନ୍ତୁ। ଭବିଷ୍ୟତର ପ୍ରମାଣ ପାଇଁ ଡାଉନ୍‌ଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ।