ଦେଖନ୍ତୁ ଭିଡ଼ିଓ: ନାର୍କୋ ଟେଷ୍ଟପରେ ବେହୋସ୍ ହୋଇଗଲା ଗୋପାଳ ଦାସ, ଏମିତି ଧରାପଡିଲା ଗୋପାଳର ମିଛ

 
Narco test

ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ପରେ ଏହାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ। ମୁଖ୍ୟ ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସକୁ ଗିରଫ କରିବା ସହିତ ଜେରା କରାଯାଇଥିଲା। ତେବେ, କୋର୍ଟରୁ ଅନୁମତି ମିଳିବା ପରେ ଗୋପାଳଙ୍କର ଲାଏ ଡିଟେକ୍ସନ୍ ଟେଷ୍ଟ ଏବଂ ନାର୍କୋ ଟେଷ୍ଟ ମଧ୍ୟ କରାଯାଇଛି।

Gopal das

ଏଥିପାଇଁ ପୋଲିସ ଗୋପାଳଙ୍କୁ ଗୁଜୁରାଟ ଗାନ୍ଧୀନଗର ନେଇ ଯାଇଥିଲେ ସେଠାରେ ତାଙ୍କର ନାର୍କୋ ଟେଷ୍ଟ କରାଯାଇଥିବା ଜଣାପଡିଛି। ଟେଷ୍ଟ ପୂର୍ବରୁ ଗୋପାଳଙ୍କର ରକ୍ତଚାପ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାପରେ ଟେଷ୍ଟ କରିବା ପାଇଁ ସୋଡିୟମ ପେଣ୍ଟାଥୋଲର ପ୍ରୟୋଗ କରାଯାଇଥିବା ଜଣାପଡିଛି।

Narco test

ନାର୍କୋ ଟେଷ୍ଟ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋପାଳ ବେହୋସ ରହିଥିବା ଜଣାପଡିଛି। ରବିବାର ରାତିରେ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳ ଦାସକୁ ଗୁଜୁରାଟରୁ ରାୟପୁର ଏବଂ ପରେ ସେଠାରୁ କାର ଯୋଗେ ଝାରସୁଗୁଡ଼ା ଅଣାଯାଇଛି।

ସୋମବାର ଆଜି ଗୋପାଳକୁ କୋର୍ଟରେ ହଜ଼ାର କରାଯାଇଥିବା ବେଳେ ନାର୍କୋ ଟେଷ୍ଟ ରିପୋର୍ଟ ଉପରେ ସମସ୍ତଙ୍କ ନଜ଼ର ରହିଛି।