ଜେଲ୍ ଭିତରେ ଭଜନ ଗାଉଛି ଗୋପାଳ! ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ….

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରି ଏବେ ଜେଲରେ ଅଛି ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସ। ଝାରସୁଗୁଡା ଜେଲ୍ ରୁ ତାଙ୍କୁ ଚୌଦ୍ୱାର ଜେଲ୍ କୁ ସ୍ଥାନାନ୍ତରିତ କରାଯାଇଛି। ତେବେ, କାରାଗାର ଭିତରେ ଗୋପାଳ ଭଜନ ଗାଉଥିବା ଶୁଣିବାକୁ ମିଳୁଛି। ଏପରିକି ତାର ଭଜନ ଶୁଣିବା ପାଇଁ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ଏବଂ ଅନ୍ୟ କଏଦୀମାନଙ୍କ ଭିଡ଼ ଜମୁଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାଇ ଏ ଜୀବନ ଯୌବନ ଠାରୁ ଆରମ୍ଭ କରି ଆହେ ନୀଳ ଶୈଳ ଭଳି ପ୍ରଭୁ ଜଗନ୍ନାଥଙ୍କ ଭଜନ ସେ ଗାଉଛନ୍ତି। ଝାରସୁଗୁଡା ଜେଲରେ ଗୋପାଳକୁ ଜାଣିଥିବା କଏଦୀଙ୍କର କହିବା କଥା ଯେ ସେ ଜଣେ ଈଶ୍ୱର ବିଶ୍ୱାସୀ ଲୋକ। ଜେଲ୍ ଭିତରେ ଥିବା ଜଗନ୍ନାଥ ମନ୍ଦିରକୁ ଯାଇ ସେ ପ୍ରତିଦିନ ମୁଣ୍ଡିଆ ମଧ୍ୟ ମାରିଥାନ୍ତି। ସ୍ଵଭାବରେ ବଡ଼ ଖୁସ୍ ମିଜାଜର ଗୋପାଳ ବିଭିନ୍ନ ପ୍ରକାର ଭଜନ ଗାଇ ନିଜ ମନକୁ ସାନ୍ତ୍ୱନା ଦେଉଥିବା ବେଳେ ସେହି ଭଜନରେ ହିଁ ଭଗବାନଙ୍କ ପ୍ରତି ତାଙ୍କର ଭାବନା ଲୁଚି ରହିଥିବା କହିଥାନ୍ତି। ସେ ନିଜକୁ ଜଣେ ଅଭାଗା ବୋଲି କହୁଥିବା ବେଳେ ଭଗବାନଙ୍କ ପାଖରେ ହିଁ ତାଙ୍କର ଅସ୍ତିତ୍ୱ ଲୁଚି ରହିଥିବା ଗୋପାଳ କହୁଛି। ତେବେ, ଏଭଳି ଖବର ମିଡିଆରେ ଭାଇରାଲ ହେବାପରେ କିଛି ଲୋକେ ଗୋପାଳ ସମର୍ଥନରେ କମେଣ୍ଟ ଦେଉଥିବା ଦେଖିବାକୁ ମିଳୁଛି।