ନିଜେ ନିଜ ମୁହଁରେ ମାନିଲେ ଗୋପାଳ ଦାସ, ନବ ଦାସଙ୍କୁ କରିଛନ୍ତି ମର୍ଡର, ଆଉ କାରଣ ହେଲା...

 
Gopal Das

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ନବ ଦାସଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସ ହିଁ ଗୁଳି କରି ହତ୍ୟା କରିଛନ୍ତି। ତେବେ, ଗୋପାଳକୁ ପୋଲିସ ଅଟକ ରଖି ପଚରାଉଚରା କରିବା ପରେ ସେ ହତ୍ୟା କରିଥିବା ନେଇ ସ୍ୱୀକାର କରିଛନ୍ତି। ତେବେ, ଗୋପାଳ କଣ ପାଇଁ ନବ ଦାସଙ୍କୁ ହତ୍ୟା କରିଛି ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Gopal das

ପୋଲିସ ବିଧିବଦ୍ଧ ଭାବରେ ଗୋପାଳ କୃଷ୍ଣଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ କ୍ରାଇମ୍‌ବ୍ରାଞ୍ଚ ଆବେଦନ କରିପାରେ। ରିମାଣ୍ଡରେ ନେବାପରେ ହିଁ ସବୁକିଛି ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ତେବେ, ମାନସିକ ଅବସ୍ଥା ଠିକ ନଥିବାରୁ ସେ ଏଭଳି କାଣ୍ଡ ଘଟାଇଥିବା ଗୋପାଳ କୃଷ୍ଣ କହିଛନ୍ତି। ତେବେ, ଦୀର୍ଘବର୍ଷର ପୋଲିସ କ୍ୟାରିୟରରେ ଅନେକ ମେଡାଲ ଜିତିଥିବା ଗୋପାଳ କିପରି ଭାବରେ ଜଣେ ମାନସିକ ରୋଗୀ ହୋଇପାରିବେ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Naveen Patnaik

ଅନ୍ୟପକ୍ଷରେ ଏଥିନେଇ ଗୋପାଳ କୃଷ୍ଣଙ୍କ ସ୍ତ୍ରୀ, ପୁଅ ଏବଂ ପରିବାରକୁ ମଧ୍ୟ ପୋଲିସ ଜେରା କରିଛି। ବିଗତ ୫ ମାସ ଧରି ବାପାଙ୍କୁ ଛୁଟି ମିଳୁନଥିଲା ତେଣୁ ସେ ଅବସାଦଗ୍ରସ୍ତ ରହିଥିଲେ ବୋଲି ଗୋପାଳଙ୍କ ପୁଅ କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ ସତରେ ଯଦି ଗୋପାଳ ମାନସିକ ବିକାରଗ୍ରସ୍ତ ଥିଲେ ତେବେ ସେ କେବଳ ମନ୍ତ୍ରୀଙ୍କ ଉପରେ କାହିଁକି ଗୁଳି ଚଳାଇଲେ? ମାନସିକ ଅବସ୍ଥା ଠିକ୍ ନଥିଲା ତଥାପି ତାଙ୍କୁ ବନ୍ଧୁକ କିପରି ଇସ୍ୟୁ କରାଯାଇଥିଲା? ପୋଲିସର ତଦନ୍ତ ସହିତ ଏଭଳି ଅନେକ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିପାରେ।