BSKY ବଦଳରେ ଲାଗୁ ହେବ ଗୋପବନ୍ଧୁ ସ୍ୱାସ୍ଥ୍ୟ କାର୍ଡ, ମନ୍ତ୍ରୀ କହିଲେ କାହାକୁ ମିଳିବ ଓ କଣ ରହିବ ଫାଇଦା
ସରକାରଙ୍କ ଦ୍ଵାରା ଲାଗୁ ହେଲା ନୂଆ ସ୍ୱାସ୍ଥ୍ୟ କାର୍ଡ । କେବଳ ଓଡ଼ିଶା ବାସୀ ନୁହନ୍ତି ବରଂ ସମଗ୍ର ଭାରତ ବାସୀ ଏହାର ଲାଭ ଉଠାଇ ପାରିବେ । ଭାରତର ପ୍ରାୟ ୨୭ ହଜାରରୁ ଉର୍ଦ୍ଧ୍ବ ମେଡିକାଲରେ ଆପଣ ଏହି ସ୍ୱାସ୍ଥ୍ୟ କାର୍ଡର ଲାଭ ଉଠାଇ ପାରିବେ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତେବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏ ନେଇ ଗତ ମଙ୍ଗଳବାର ସୂଚନା ପ୍ରଦାନ କରିଛନ୍ତି । ତାଙ୍କ କହିବା ଅନୁସାରେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ସମସ୍ତଙ୍କର ଏକ ମୂଳ ଲକ୍ଷ ଥିଲା । ତେଣୁ ରାଜ୍ୟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ମିଶି କାର୍ଯ୍ୟ କରିବ ।
ସାଧାରଣତଃ ଶ୍ରମିକ ଶ୍ରେଣୀର ଲୋକ କିମ୍ବା ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ଏହି ଯୋଜନା ବିଶେଷ ଫଳପ୍ରଦ ରହିବ । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଯେଉଁମାନେ ବିଜୁ ସ୍ଵାସ୍ଥ୍ୟ କାର୍ଡର ଲାଭ ପାଉଛନ୍ତି ସେମାନେ ମଧ୍ୟ ଏହି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବେ ।
ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କହିବା ଅନୁସାରେ , ଆଗାମୀ ସେପ୍ଟେମ୍ବର ୧୦ରେ ଏ ଯୋଜନା ନେଇ ବଜେଟ୍ ଆପ୍ରୁଭ୍ ହେବ । ତେଣୁ ଏହି ଯୋଜନା ସେପ୍ଟେମ୍ବର ମାସ ଶେଷ ଏବଂ ଅକ୍ଟୋବର ମାସ ଆରମ୍ଭ ବେଳକୁ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି ।
ଏବଂ ଏହି କାର୍ଡଟି ପ୍ରତି ପରିବାର ପିଛା ନୁହେଁ ବରଂ ପରିବାରର ସମସ୍ତ ଲୋକଙ୍କୁ ଗୋଟିଏ ଗୋଟିଏ କାର୍ଡ ମିଳିବାର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।