ପୁଣି ବଡ଼ ଘୋଷଣା କଲେ ରାଜ୍ୟ ସରକାର, ଏହି ମାନଙ୍କ ଖାତାକୁ ସିଧା ଯିବ ୧୫ ହଜାର ଟଙ୍କା

 
Naveen Patnaik new schemes
ଏଥର ଆଉ ନାହିଁ ଚିନ୍ତା । ନବୀନ ସରକାର ତରଫରୁ ମହିଳା ମାନଙ୍କ ପାଇଁ ଜାରି ହେଲା ଅନେକ କିଛି ଆର୍ଥିକ ସହାୟତା ଯୋଜନା । ନବୀନ ଯୋଜନା ଅନୁସାରେ ମହିଳା ମାନେ ୩୦୦୦ ଟଙ୍କା ଲେଖାଏଁ ପାଇବେ । ପୂର୍ବରୁ ନବୀନ ସରକାର ଛାତ୍ର ଛାତ୍ରୀ ଓ କଳାକାର ମାନଙ୍କ ପାଇଁ ଏକ ମୋଟା ରକମର ଆର୍ଥିକ ରାଶି ପ୍ରଦାନ କରିବା ଘୋଷଣା କରିଥିବା ବେଳେ ପୁଣି ଆଉ ଏକ ଯୋଜନା ସାମ୍ନାକୁ ଆଣିଛନ୍ତି ।

W

ଏହାସହ ବଢିଲା ମାଟ୍ରନଙ୍କ ପାରିଶ୍ରମିକ। ୫ ହଜାର ବଢିଲା ଜନଜାତି ଛାତ୍ରୀନିବାସ ମାଟ୍ରନଙ୍କ ପାରିଶ୍ରମିକ। ସେମାନଙ୍କ ପାରିଶ୍ରମିକ ୧୦ ହଜାରରୁ ୧୫ ହଜାରକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ତେବେ କାର୍ଯ୍ୟରୁ ନିବୃତ୍ତ ପରେ ମିଳିବ ସେମାନଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବା ନେଇ ଘୋଷଣା କରାଯାଇଛି। କାର୍ଯ୍ୟବେଳେ ମୃତ୍ୟୁହେଲେ ମିଳିବ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ସ୍ଵୟଂ ସହାୟକ ଗୋଷ୍ଠୀ ପାଇଁ ନବୀନ ସରକାର ଆଣିଛନ୍ତି ଅନେକ ନୂଆ ନୂଆ ସୁବିଧା । ଯାହା ମାଧ୍ୟମରେ ମହିଳା ମାନେ ନିଜ ସ୍ଥିତିକୁ ସୁଧାରି ପାରିବେ । କେବଳ ସେତିକି ନୁହେଁ ଆର୍ଥିକ ସହାୟତା ସାଙ୍ଗକୁ ବିନା ସୁଧରେ ଲୋନ୍ ଯୋଗାଇ ଦେବେ ନବୀନ ସରକାର । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ପ୍ରାୟ ୭,୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଏ ବାବଦକୁ ବ୍ୟୟ କରୁଛନ୍ତି ସରକାର । ପ୍ରତି SHG ମହିଳାଙ୍କୁ ଯୋଗାଇ ଦିଆଯିବ ୩,୦୦୦ ଟଙ୍କା । ପ୍ରଥମ କିସ୍ତିରେ ମହିଳା ମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ । ଯେଉଁଥିରେ ୟୁନିଫର୍ମ କିଣିବେ ମହିଳା ମାନେ । ପରେ ଦ୍ଵିତୀୟ କିସ୍ତିରେ ଆଉ ବାକି ୨୦୦୦ ଟଙ୍କା ପ୍ରଦାନ କରାଯିବ । ଯେଉଁ ପଇସାରେ ବ୍ଲେଜର କିଣିବେ ମହିଳା ମାନେ । 

୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାରଙ୍କ ଯୋଜନା ଉପରେ ଯୋଜନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ଦିନ ଯାଏଁ କୋଉଠି ସୋଇଥିଲେ ବିଜେଡ଼ି ସରକାର ? ନିର୍ବାଚନ ଆସିବାରୁ ସମସ୍ତଙ୍କ ଉନ୍ନତି କଥା ତାଙ୍କର ମନେ ପଡ଼ିଲା ।