ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ଏଣିକି ମିଳିବ ଡାଲି ଓ ତେଲ, ଜାଣନ୍ତୁ ପୁରା ଖବର

 
Rasan card

ସାଧାରଣ ତଥା ଆର୍ଥିକ ପଛୁଆ ବର୍ଗର ଜନତାଙ୍କ ହିତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ସେଥି ମଧ୍ୟରୁ ରାସନ କାର୍ଡ ହେଉଛି ଏକ ପ୍ରମୁଖ ଯୋଜନା । ରାଜ୍ୟର ପିଡିଏସ ବ୍ୟବସ୍ଥାରେ ଥିବା ପ୍ରମୁଖ ସମସ୍ୟାଗୁଡ଼ିକର ସମାଧାନ ଲାଗି ୯ଟି ପରାମର୍ଶ ସହ ବିଭାଗୀୟ ମନ୍ତ୍ରୀକୁ  ଲେଖିଛି ଚିଠି। ତେବେ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ ପକ୍ଷରୁ ଭୁବନେଶ୍ୱରରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । 

ଯେଉଁଥିରେ ଖାଦ୍ୟ ଅଧିକାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ୧୫୦ରୁ ଅଧିକ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।  ଏହି ସମ୍ମିଳନୀରେ ରାଜ୍ୟରେ ପିଡିଏସ୍‌ କାର୍ଯ୍ୟକାରିତାରେ ଅନେକ ସମସ୍ୟା ଥିବା ଜଣାପଡ଼ିଲା । ଯାହାର ତ୍ୱରିତ ସମାଧାନ ଲାଗି ସରକାରଙ୍କ ଦୃଷ୍ଟିଗୋଚର କରିବା ଲାଗି ଅଭିଯାନ ପକ୍ଷରୁ ପରାମର୍ଶ ଦିଆଯାଇଛି ।  

Rasan card

ସେହିପରି ବିଭାଗର ୱେବ୍‌ ପୋର୍ଟାଲକୁ ପାରଦର୍ଶୀ କରାଯିବାକୁ ଦିଆଯାଇଛି ନିର୍ଦ୍ଦେଶ । ଫଳରେ ହିତାଧିକାରୀ, ସାଧାରଣ ଲୋକ, ସାମାଜିକ କର୍ମୀମାନେ ରାସନ ସମ୍ପର୍କିତ  ପାଇପାରିବେ ଆବଶ୍ୟକ ସୂଚନା। ଏହାବ୍ୟତୀତ ରାସନ ଜଡ଼ିତ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଠିକରେ କାମ କରୁନାହିଁ । 

ପଞ୍ଚାୟତରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଭିଜିଲାନ୍ସ କମିଟି ପୁନର୍ଗଠନ କରି ସଦସ୍ୟମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଉ । ଏଥିସହ ଅଭିଯୋଗ ଶୁଣାଣି ଲାଗି ସ୍ୱତନ୍ତ୍ର ଫୋନ୍‌ ନମ୍ବର ଏବଂ ହ୍ୱାଟସ୍‌ଆପ୍‌ ନମ୍ବର ଜାରି କରନ୍ତୁ । ଓଡ଼ିଶା ପିଡିଏସ କଣ୍ଟ୍ରୋଲ ଅର୍ଡର ପ୍ରସ୍ତୁତ ହୋଇଥିଲା । ବର୍ତ୍ତମାନର ଡିଜିଟାଲ ଯୁଗରେ ଏହାକୁ ସଂଶୋଧିତ କରି ଯୁଗପୋଯୋଗୀ କରାଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି ।