​​​​​ମିଠା ମିଠା କଥା କହି ପ୍ରେମ କଲା, ସବୁ ସୁଖ ନେଇ ସାରିଲା ପରେ ପର କରିଦେଲା ପ୍ରେମିକ, ଆଉ ତାପରେ...

 
Jhia pua
ଦିନ ଥିଲା ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଥିଲେ । ହେଲେ କଣ ହେଲା କେଜାଣି ପ୍ରେମିକ କିଛି ନ ଜଣେଇ ଅଧା ରାସ୍ତାରୁ ହାତ ଛାଡ଼ି ଦେଲା । ଏମିତି କି ପ୍ରେମିକା ବାରମ୍ବାର କଲ୍ କରିବାରୁ ପ୍ରେମିକା ନମ୍ୱର୍ କୁ ବ୍ଲାକଲିଷ୍ଟ୍ ରେ ପକେଇ ଦେଲା । କିଛି ବୁଝା ସୁଝା ନ ହେବା ପୂର୍ବରୁ ସବୁ ଦିନ ପାଇଁ ଜୀବନ ହାରି ଦେଇଛି ପ୍ରେମିକା । 

ଘଟଣାର ରହସ୍ୟ କଣ କାହିଁକି ପ୍ରେମିକା ଏତେ ବଡ଼ ଚରମ ନିଷ୍ପତ୍ତି ନେଲା ଏହାର କାରଣ ଏବେ ବି ଜଣା ପଡ଼ି ନାହିଁ । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡୋରାବି ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଗୌଡବିଶ୍ ଗାଆଁରେ ।

Girl boy

ମୃତ ଯୁବତୀଙ୍କ ନାମ ହେଉଛି ପ୍ରିୟଦର୍ଶିନୀ ବେହେରା ଔରଫ୍ ପ୍ରୀତି । ବାପା ମାଆଙ୍କର ଗୋଟିଏ ବୋଲି ଗେଲ୍ହା ଝିଅ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପ୍ରୀତି ସେହି ଗାଆଁର ରୁଦ୍ର ଦାସ ନାମକ ଜଣେ ଯୁବକଙ୍କୁ ୬ ମାସ ଧରି ଭଲ ପାଉଥିଲେ । ହେଲେ ହଠାତ୍ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ।

 ଯାହା ପରେ ଏପରି ଚରମ ନିଷ୍ପତ୍ତି ନେଇଥିଲେ ପ୍ରୀତି । ଏ ନେଇ ତାଙ୍କ ଘର ଲୋକେ ରୁଦ୍ର ଦାସଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ୍ ନିଜର ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।