ଚାଲିଥିଲା ପ୍ରେମଲୀଳା, ଘରଲୋକ ଆସିଯିବାରୁ ପ୍ରେମିକକୁ ଟ୍ରଙ୍କ୍ ଭିତରେ ତାଲା ପକେଇଦେଲା ପ୍ରେମିକା, ଆଉ ତାପରେ..ଦେଖନ୍ତୁ ଭିଡ଼ିଓ

 
Baksa bhitare premika

ପରିବାର ସଦସ୍ୟଙ୍କ ଠାରୁ ପ୍ରେମିକକୁ ବଞ୍ଚାଇବା ପାଇଁ ଭିନ୍ନ ଉପାୟ ଅପଣାଇଲା ପ୍ରେମିକା। ଲୁଚି ଲୁଚି ଦେଖା କରିବାକୁ ଆସିଥିବା ପ୍ରେମିକଟି କାଳେ ଘର ଲୋକଙ୍କ ହାତରେ ଧରା ପଡିଯିବ ସେହି ଭୟରେ ତାକୁ ଟ୍ରଙ୍କ ଭିତରେ ଭର୍ତି କରି ତାଲା ପକାଇ ରଖିଥିଲା ପ୍ରେମିକା। ଏହି ଘଟଣାର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମୟୁରଭଞ୍ଜ ଜିଲ୍ଲା ସୁକୃଳି ଅଞ୍ଚଳରେ ଥିବା ଏକ ଗାଁରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି। ଘଟଣା ମୁତାବକ ଏହି ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ସହ ଉକ୍ତ ଯୁବତୀଙ୍କର ପ୍ରେମ ସମ୍ପର୍କ ରହିଥିଲା। ଗୁରୁବାର ଦିନ ଘରେ କେହି ନଥିବାରୁ ପ୍ରେମିକା ଘରକୁ ଭେଟିବାକୁ ଆସିଥିଲା ପ୍ରେମିକ କିନ୍ତୁ ଉଭୟେ ଘର ଭିତରେ ଥିବା ବେଳେ ପ୍ରେମିକାର ଘର ଲୋକେ ସେଠାକୁ ଚାଲି ଆସିଥିଲେ। ଦେଖନ୍ତୁ ଭିଡ଼ିଓ:-

ଫଳରେ ତରବରିଆ ଭାବରେ ପ୍ରେମିକକୁ ଟ୍ରଙ୍କ ଭିତରେ ପୁରାଇ ତାଲା ମାରିଦେଇଥିଲା ପ୍ରେମିକା। କିନ୍ତୁ ଘର ଭିତରର ଅବସ୍ଥା ଦେଖି ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ପରିବାର ଲୋକେ ବାରମ୍ବାର ଯୁବତୀଙ୍କୁ ଟ୍ରଙ୍କ ଖୋଲିବାକୁ କହିଥିଲେ ମଧ୍ୟ ସେ ରାଜି ହୋଇନଥିଲେ।

ଶେଷରେ ଅତି ବାଧ୍ୟ କରିବାରୁ ଯୁବତୀ ଜଣକ ଟ୍ରଙ୍କ ଖୋଲିବାରୁ ତା ଭିତରୁ ଯୁବକ ଜଣକ ବାହାରକୁ ବାହାରିଥିଲା। ଏହାପରେ ଯୁବତୀଙ୍କ ଭାଇ ଉଭୟଙ୍କୁ ମାଡ଼ ମାରୁଥିବାର ମଧ୍ୟ ଦେଖାଯାଇଥିଲା। ଏହି ଘଟଣାର ଏକ ଭିଡ଼ିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି।