ଅଜବ୍ ପ୍ରେମ ଘଟଣା, ପ୍ରେମିକର ବ୍ଲାକମେଲିଂ ସହିନପାରି ତା ବିବାହରେ ଜୀବନ ହାରିଦେଲେ ଯୁବତୀ, ଦେଖନ୍ତୁ ଭିଡିଓ ପୂରା ଘଟଣାର

 
Ajab prema

ବିବାହ ପରେ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ପ୍ରେମିକ। ଏହାପରେ ବାରମ୍ବାର ବ୍ଲାକମେଲ କରିବାରୁ ଆତ୍ମହତ୍ୟା କରିଦେଲା ପ୍ରେମିକା। ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଶିବପୁରା ଗାଁରେ ଲଭ, ସେକ୍ସ ଓ ଧୋକାର ଏହିପରି ଏକ ଦୁଃଖଦ ଘଟଣା ଘଟିଛି।

ଖବର ମୁତାବକ ଶିବପୁରା ଗାଁର ନିରଞ୍ଜନ ରାଉତଙ୍କ ଝିଅର ସାହାଜିପାଟଣା ଗାଁର ପୂର୍ଣ୍ଣଚନ୍ଦ୍ର ସଙ୍କ ପୁଅ ରାଜେଶ ସହିତ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ରହି ଆସିଥିଲା। ଏପରିକି ବିବାହର ପ୍ରସ୍ତାବ ଦେଇ ରାଜେଶ ବହୁବାର ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲା। 

ଏହି ଘଟଣା ପରିବାରକୁ ଜଣାପଡିବା ପରେ ଉଭୟ ପରିବାର ସେମାନଙ୍କ ବାହାଘରକୁ ନେଇ ରାଜି ହୋଇଥିଲେ ମଧ୍ୟ ରାଜେଶଙ୍କ ବାପା ଯୌତୁକ ବାବଦକୁ ୪ ଲକ୍ଷ ଟଙ୍କା ଏବଂ ଏକ କାର ଦାବି କରିଥିଲେ। କିନ୍ତୁ ଏତେ ଟଙ୍କା ଦେବାକୁ ଯୁବତୀଙ୍କ ପରିବାର ସକ୍ଷମ ନ ହେବାରୁ ରାଜେଶ ମେ ୧୪ ତାରିଖରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲା।

କିନ୍ତୁ ବିବାହ ପରେ ମଧ୍ୟ ପ୍ରେମିକାକୁ ବାରମ୍ବାର ଫୋନ କରି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା ରାଜେଶ। ଏଥିସହିତ ତା କଥାରେ ରାଜି ନହେଲେ ପୂର୍ବରୁ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ଭାଇରାଲ କରି ଦେବାକୁ ମଧ୍ୟ ଧମକ ଦେଉଥିଲା। ଏପରି ବାରମ୍ବାର ବ୍ଲାକମେଲିଂ କରିବାରୁ ଯୁବତୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ତେବେ ଯୁବତୀଙ୍କ ବାପା ମା ଖନ୍ତାପଡା ପୋଲିସ ଷ୍ଟେସନରେ ଏଥିନେଇ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରୁଥିବା ନେଇ ସୂଚନା ମିଳିଛି। ତେବେ ଖନ୍ତାପଡା ପୋଲିସ ଏହାକୁ ଖଣ୍ଡନ କରିବା ସହିତ ତଦନ୍ତ ସଠିକ ଭାବେ ହେଉଛି ବୋଲି କହିଛି। କିନ୍ତୁ, ଏହି ଘଟଣାକୁ ପାଖାପାଖି ଦେଢ଼ ମାସ ବିତିଯାଇଥିଲେ ମଧ୍ୟ କାହିଁକି ଯୁବତୀଙ୍କୁ ନ୍ୟାୟ ମିଳୁନି ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।