ଦେଖନ୍ତୁ ଭିଡ଼ିଓ: ବ୍ରହ୍ମପୁରରେ ରାତିରେ ବୁଲୁଛନ୍ତି ଭୂତ, ଏକୁଟିଆ ମଣିଷକୁ ଦେଖିଲେ ମାଡ଼ି ବସି କରୁଛନ୍ତି ଏମିତି କାମ

 
ଭୂତ

ବ୍ରହ୍ମପୁର ସହରରେ ରହୁଥିଲେ ହୋଇଯାଆନ୍ତୁ ସାବଧାନ! କାରଣ ରାତି ହେଲେ ଏଠାରେ ବୁଲୁଛନ୍ତି ଭୂତ ଏବଂ ଡାହାଣୀ। ରାତି ଅଧିକ ହେବା ସହିତ ଶୂନ୍‌ ଶାନ୍‌ ରାସ୍ତାରେ କାହାକୁ ଦେଖିଲେ ଏମାନେ ମାଡ଼ି ବସୁଛନ୍ତି। ଅବଶ୍ୟ, ଏହାକୁ ନେଇ ଡରିବାର କୌଣସି ପ୍ରୟୋଜନ ନାହିଁ। କାରଣ ଏମାନେ ସତରେ ଭୂତ ନୁହଁନ୍ତି ବରଂ ଏମାନେ ମାନସିକଧାରୀ ଅଟନ୍ତି ଯେଉଁମାନେ ଏଭଳି ବେସ ହୋଇ ଗାଁ ଏବଂ ରାସ୍ତାରେ ବୁଲୁଛନ୍ତି।

Ghost

ବ୍ରହ୍ମପୁରରେ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ଏମାନେ ମୁଖ୍ୟ ଆକର୍ଷଣ ପାଲଟିଛି। ଲୋକେ ଭିନ୍ନ ଭିନ୍ନ ପ୍ରକାର ବେସ ହେଉଥିବା ବେଳେ ଡାହାଣୀ ଏବଂ ଭୂତ ବେସ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି। ଏକାଧିକ ମାନସିକଧାରୀ ମାନେ ଏହି ବେଶରେ ନିଜକୁ ସଜ୍ଜିତ କରିବା ପରେ ରାତିର କିଟି କିଟି ଅନ୍ଧାରରେ ସାହିକୁ ସାହି ବୁଲି ବୁଲି ଲୋକଙ୍କୁ ଭୟଭୀତ କରାଉଛନ୍ତି।

ଏମାନେ ଏଭଳି ବେସ ହେବାପରେ ନିଜ ଘରକୁ ଯାଇ ଘରଇଷ୍ଟକୁ ଦର୍ଶନ କରି ପୂଜାର୍ଚ୍ଚନା କରିଥାନ୍ତି। ରାସ୍ତାରେ ଯିଏ ଯାହାବି ଖୁସିରେ ଦିଅନ୍ତି ଏମାନେ ତାକୁ ନେଇ ମାଆଙ୍କ ନିକଟରେ ସମର୍ପଣ କରି ଦେଇଥାନ୍ତି। ବର୍ତ୍ତମାନ ସହରରେ ଏଭଳି ସଜାଇ ହେବାକୁ ଲୋକଙ୍କ ଭିଡ଼ ବଢ଼ୁଥିବାରୁ ଏବେ ଭଲ ଦି ପଇସା ରୋଜଗାର ହେଉଥିବା ଚିତ୍ରକାରମାନେ କହିଛନ୍ତି।