ଦେଖନ୍ତୁ ଭିଡିଓ: ସାଙ୍ଗ କଲା ସାଙ୍ଗର ନ୍ୟୁଡ୍ ଭିଡିଓ ଭାଇରାଲ, ମୋବାଇଲରୁ ମିଳିଲା ସତ, ଗିରଫ ହେଲେ ୫ ସାଙ୍ଗ

 
Sanga

ବନ୍ଧୁତା ଏକ ଏଭଳି ସଂପର୍କ ଯେଉଁଠି ନଥାଏ ସ୍ଵାର୍ଥ ଛଳନା ଓ ପ୍ରତାରଣା, ଏହା ଏକ ପ୍ରେମ ଓ ବିଶ୍ୱାସ ର ସଂପର୍କ ,ହେଲେ ଆଜି କାଲିର ଅନେକ ଘଟଣା ଆମ ଆଖି ସାମ୍ନାକୁ ଆସୁଛି ଯାହା ବନ୍ଧୁତା ନାମରେ କଳଙ୍କ ଶୃଷ୍ଟି କରୁଛି। ସତରେ ଘଟଣା ଗୁଡ଼ିକ ହୃଦୟ ବିଦାରକ ଏହି ଭଳି ଏକ ଦୁଃଖତ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା କୋଳି ଅଠା ଗାଁ ରେ। ଖବର ଅନୁଯାୟୀ ଜଣେ ବାନ୍ଧବୀ ଅନ୍ୟ ଏକ ବାନ୍ଧବୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ତାଙ୍କୁ ବାରମ୍ବାର ବ୍ଲାକ ମେଲ କରୁଥିଲେ ,ଫଳସ୍ଵରୁପ୍ ସମାଜରେ ନିନ୍ଦାର ଭୟରେ ଆତ୍ମହତ୍ୟା କଲେ ଯୁବତୀ।

Jubati

ଘଟଣା ଅନୁସାରେ ବାନ୍ଧବୀ ଜଣକ ମୃତ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରଥମେ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଠାଇଥିଲେ।ପରେ ପରେ ପୁରୁଷ ବନ୍ଧୁ ସେହି ଫଟୋକୁ ଅନ୍ୟ ସାଙ୍ଗଙ୍କୁ ପଠାଇଥିଲେ। ସେତିକିରେ  ବି ମନ ପୁରିଲାନି ଯେ ମୃତ ଯୁବତୀଙ୍କୁ  ଶାରୀରିକ ସମ୍ପର୍କ ରଖିବା ସହିତ ଟଙ୍କା ଦେବା ପାଇଁ ବାରମ୍ବାର ଫୋନ କରି ଧମକାଉ ଥିଲେ। ହୁଏତ ଏହା ଯୁବତୀଙ୍କ ଧର୍ଯ୍ୟର ଶେଷ ସୀମା ଥିଲା। ଫଳରେ ସେ ନିଜ ଓଢଣିରେ ଆତ୍ମହତ୍ୟା କଲେ।

ଏ ସବୁ କଥା ତ ସେତେବେଳେ ଜଣାପଡ଼ିଲା ଯେତେବେଳେ ପରିବାର ଲୋକେ ମୃତ ଯୁବତୀଙ୍କ ଫୋନ ଯାଞ୍ଚ କଲେ ଏବଂ ଏ ନେଇ ଥାନାରେ ଅଭିଯୋଗ କରିଥିଲେ।ପରେ ପୋଲିସ ଯୁବତୀଙ୍କ ବାନ୍ଧବୀ ଓ ପୁରୁଷ ବଂଧୁ ସମେତ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଥିଲା।

ଅଭିଯୁକ୍ତକାରୀମାନେ ହେଉଛନ୍ତି ବାସୁଦେବପୁର ଗାଆଁର ର ସୁଶାନ୍ତ ନାୟକ, ବାଣପୁର ଗାଁର ଅଭିଜିତ ସାମଲ, ସତ୍ୟଜିତ ପୃଷ୍ଟି,ମେରିପୂର୍ ଗାଁର ମାନସ ରଞ୍ଜନ ସାହୁ , କୋଳୀଅଠା ଗାଆଁର ମହେଶ ପ୍ରସାଦ ବଳ, ଦିଗବିଜୟ ସାହୁ। ବିନା ଦୋଷ ଝିଅର ମୃତ୍ୟୁ ପରିବାର ଲୋକଙ୍କୁ ଅଧିକ ମର୍ମାହିତ କରିଛି। ଯେଉଁଥି ପାଇଁ ସେମାନେ ଉଚିତ ନ୍ୟାୟ ଦାବି କରୁଛନ୍ତି ।