ଦେଖନ୍ତୁ ଭିଡ଼ିଓ: ଏଭଳି ଭାବେ ପ୍ରେମଜାଲରେ ଫସାଇ ଯୁବକଙ୍କଠୁ ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା, ପୁରା ଘଟଣାର କଲେ ଖୁଲାସା

 
Facebook queen

ଫେସବୁକ୍ ଓ ହ୍ଵାଟସ୍ଆପରେ ଫେକ୍ ଅକାଉଣ୍ଟ ଖୋଲି ଯୁବକମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ନାମକ ଜଣେ ଯୁବତୀ ବନ୍ଧା ହୋଇଛନ୍ତି। ଏହି ୪୨୦ ଯୁବତୀଙ୍କୁ ଗତକାଲି ସହିଦନଗର ଥାନା ପୋଲିସ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ୬୦ ହଜ଼ାର ଟଙ୍କା ସହ ଅନେକ ଫେକ୍ ଆଇଡ଼ି ଏବଂ ବ୍ୟାଙ୍କ ପାସବୁକ୍ ଜବତ କରିଥିଲା।

Priyanka

ଅନେକ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ ହେଁ ନିଜ ଇଜ୍ଜତକୁ ଜଗି କେହି ଏଥିନେଇ ମୁହଁ ଖୋଲୁନଥିଲେ। କିନ୍ତୁ, ପ୍ରିୟଙ୍କା ଭୁବନେଶ୍ୱରର ଜଣେ ଯୁବକଙ୍କ ଠାରୁ ପ୍ରାୟ ୬ ଲକ୍ଷ ଟଙ୍କା ଲୁଟିନେବା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ପୋଲିସ ପ୍ରିୟଙ୍କାଙ୍କୁ ଗିରଫ କରିପାରିଛି। ଏହି ଯୁବତୀ ଜଣକ ଗିରଫ ହେବାପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଠକାମିର ଶିକାର ହୋଇଥିବା ଯୁବକ।

ଏହି ଯୁବକଙ୍କ କହିବା ଅନୁଯାଇ ପ୍ରଥମ ଥର ପାଇଁ ପ୍ରିୟଙ୍କାଙ୍କ ସହ ସେ ଫେସବୁକରେ କଥା ହୋଇଥିଲେ। ସେତେବେଳେ ସେ ତାଙ୍କ ନାମ ଅଦ୍ୟାସା ସାମନ୍ତରାୟ ବୋଲି କହିଥିଲା ବେଳେ ତାଙ୍କ ପିତାମାତାଙ୍କର ଦେହାନ୍ତ ହୋଇଯାଇଥିବା କହିଥିଲେ। ପରବର୍ତ୍ତୀ ସମୟରେ ମିଠା ମିଠା କଥା କହି ଯୁବକଙ୍କ ସହିତ ନିବିଡ଼ତା ବଢ଼ାଇଥିଲେ ପ୍ରିୟଙ୍କା। 

Fake account

ନିଜକୁ ଜଣେ ଡାକ୍ତରୀ ଛାତ୍ରୀ ବୋଲି ପରିଚୟ ଦେବା ସହ ତାଙ୍କର କଲେଜରେ ବକାୟା ଟଙ୍କା ପୈଠ କରିବା ପାଇଁ ସାହାଯ୍ୟ ମାଗିଥିଲେ। ଯୁବକ ଜଣକ ଏଥିରେ ରାଜି ହୋଇ ଥର ଥର କରି ପ୍ରାୟ ୬ ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି। ଯୁବକ ଜଣକ UPI ମାଧ୍ୟମରେ ୨ ଲକ୍ଷ ପାଖାପାଖି ଟଙ୍କା ଦେଇଥିବା ବେଳେ ବାକି ଟଙ୍କା ନିଜେ ପ୍ରିୟଙ୍କା ଆସି ନେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ନିଜେ ଯୁବକଙ୍କ ସାମ୍ନାକୁ ଆସିଥିଲେ ହେଁ ଦ୍ରୁତ ଯୁବତୀଙ୍କୁ ଚିନ୍ହି ପାରିନଥିଲେ। ଏପରିକି ଟଙ୍କା ନେବା ପାଇଁ ଆସୁଥିବା ଯୁବତୀ ଜଣକ ତାଙ୍କ ଭଉଣୀ ବୋଲି ଫୋନ କରି କହୁଥିଲେ ପ୍ରିୟଙ୍କା। ଶେଷରେ ପୋଲିସ ତାଙ୍କୁ ଗିରଫ କରିବା ପରେ ତାଙ୍କ ସହ କଥା ହେଉଥିବା ଯୁବତୀ ହିଁ ଟଙ୍କା ନେଇଥିବା ଜାଣିବାକୁ ପାଇଥିଲେ ବୋଲି ଯୁବକ ଜଣକ କହିଛନ୍ତି। ଦେଖନ୍ତୁ ଭିଡ଼ିଓ:-