ବେଦିରେ ବର ଟଳମଳ ସିନ୍ଦୂର କେଉଁଠି ପିନ୍ଧାଇବ ଜାଣିପାରିଲାନି, ଚତୁର୍ଥୀରେ ବାପ ଘରକୁ ପଳାଇଲା କନ୍ୟା, ଜାଣନ୍ତୁ ପୁରା ଘଟଣା

 
Bara kania
ବାହାଘରକୁ ଚାରି ଦିନ ନ ପୁରୁଣୁ ଶାଶୁ ଘରୁ ବାପ ଘରକୁ ଚାଲିଗଲା ଝିଅ ! ଖାଲି ଚାଲି ଗଲାନି ଯେ ସାଙ୍ଗରେ ଆଣିଥିବା ସମସ୍ତ ଜିନିଷ ନେଇ ଚାଲିଗଲା । ତେବେ ଏହି ଚାରିଟା ଦିନ ଭିତରେ ଏପରି କଣ ହେଲା ଯେ ଏପରି ଏକ ବଡ଼ ପଦକ୍ଷେପ ନେଲା ଝିଅ ।

Bedi

ଓଡ଼ିଆ ରୀତି ନୀତି ଅନୁସାରେ ବାହାଘର କାର୍ଯ୍ୟ ସମାପନ ହୋଇଥିଲା । ବେଦୀ ଉପରେ ବସି ବର କନ୍ୟା ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ । ଶାଶୁ ଘରକୁ ବହୁ ପ୍ରକାରର ଯୌତୁକ ନେଇ ମଧ୍ୟ ଯାଇଥିଲା ଝିଅ । ହେଲେ ଏପରି କଣ ହେଲା ଯେ ବାହାଘରକୁ ଚାରି ଦିନ ନ ପୂରୁଣୁ ଘରେ ପୋଲିସ୍ ପୁରାଇ ଝିଅ ଘର ଲୋକେ ଝିଅକୁ ଓ ସମସ୍ତ ଝିଅ ଆଣିଥିବା ଜିନିଷକୁ ନେଇ ଚାଲିଗଲେ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

କେବଳ ସେତିକି ନୁହେଁ ସବୁ ଦିନ ପାଇଁ ଛାଡ଼ପତ୍ର ମଧ୍ୟ ହୋଇଯିବ । ତେବେ ଝିଅ ଘରର ଅଭିଯୋଗ ଅନୁସାରେ ନୂଆ ବୋହୂ ଟିକୁ କୁଆଡେ ପୁଅ ବାହା ହୋଇ ଘରକୁ ଆଣିବା ପରେ ମଦ ପିଇ ମାଡ ମାରିବା ଆରମ୍ଭ କରି ଦେଇଥିଲା । ବରର ଏପରି ବ୍ୟବହାର ଦେଖି ନିଜ ଘର ଲୋକଙ୍କୁ ଫୋନ୍ କରି ସବୁ କଥା କହିଥିଲା ଝିଅ ।

ଯାହା ପରେ ଘର ଲୋକେ ଝିଅର ଶାଶୁ ଘରେ ପୋଲିସ୍ ନେଇ ପହଞ୍ଚିଥିଲେ । ସେଠାରୁ ଝିଅ ସହିତ ସମସ୍ତ ଜିନିଷ ପତ୍ର ସାଙ୍ଗରେ ନେଇ ଆସିଥିଲେ । ହେଲେ ଏ ନେଇ ପୁଅ ବାଲାଙ୍କ ମତ ଥିଲା ଭିନ୍ନ । ସେମାନଙ୍କ କହିବା ଅନୁସାରେ ତାଙ୍କ ପୁଅ ମଦ୍ୟ ପାନ କରେ ନାହିଁ କି ସେ ଝିଅକୁ ବିଲକୁଲ ମାଡ ମାରି ନାହିଁ । 

Bara

ହେଲେ ଝିଅର କିଛି ପରକୀୟା ପ୍ରୀତି ରହି ଥିବାରୁ ମିଛ ସତ କହି ସେ ସେଠାରେ ରହିବାକୁ ରାଜି ହେଉ ନାହିଁ । ସେଠାରେ ନ ରହିବା ପାଇଁ ତାଙ୍କ ପୁଅ ନାଁରେ ଏପରି ମିଛ ସତ କହୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ । ଅନୁଗୁଳ ଜିଲ୍ଲାର କୁମୁଣ୍ଡ ଅଞ୍ଚଳର ଯୁବତୀଙ୍କୁ ବିବାହ କରିଥିଲେ ପରଜାକେନ୍ଦରସିଂହ ଅଞ୍ଚଳର ଯୁବକ । ଯାହା ପରେ ଘଟି ଯାଇଥିଲା ଏଭଳି ଘଟଣା ।