ଦେଖନ୍ତୁ ଭିଡିଓ: ୮ ମାସ ପ୍ରେମ ଜାଲରେ ଫସାଇ ଝିଅକୁ ବିଦେଶ ନେଲା ବୋଙ୍ଗାଲୁରରେ ବିବାହ କରି ଆଉ ତା ସହ...

 
Couple

ଆଜ୍ଞା ହଁ ସବୁ କାର୍ଯ୍ୟ କରିବାର ଏକ ବୟସ ସୀମା ରହିଥାଏ। ପାଠ ପଢିବା, ସଂସାର କରିବା ଦୁଇଟି ପାଇଁ ବିଶେଷ କରି ନିର୍ଦ୍ଧିଷ୍ଟ ବୟସ ସୀମା ଧାର୍ଯ୍ୟ କରାଯାଇଥାଏ। ହେଲେ ଦୁଃଖର ବିଷୟ ଏହି କି ଯେ, ଏବେକାର କମ୍ ବୟସର ପ୍ରେମ ନାମକ ଜାଲରେ ଛନ୍ଦି ହୋଇଯାଉଛନ୍ତି ସିନା ସେଥିରୁ ବାହାରି ପାରୁ ନାହାଁନ୍ତି। ପାଠ ପଢି ଭବିଷ୍ୟତ ଗଢ଼ିବା ସମୟରେ ପ୍ରେମ କରି ସଂସାର ଗଢିବାର ଭୁଲ କରି ବସୁଛନ୍ତି ସେମାନେ। ଯେଉଁଥିପାଇଁ ନିଜ ଜୀବନ ନର୍କମୁଖୀ କରୁଛନ୍ତି।

Couple

ଏପରି ଗୋଟିଏ ଘଟଣା ଆସିଛି ଆଖି ସାମ୍ନାକୁ।ଯେଉଁ ଘଟଣାଟିରେ ନାବାଳିକା ଜଣକ ପ୍ରେମ କରି ଲୁଚି ପଳାଇଥିଲେ ପ୍ରେମିକଙ୍କ ସାଙ୍ଗରେ। ହେଲେ ଏବେ ତାଙ୍କ ମୃତ ଦେହ ଫେରିଛି ଘରକୁ।ଘଟଣା ଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତର ଦେଓଗାଁ ଗ୍ରାମର। 17  ବର୍ଷୀୟ ନାବାଳିକା ଜଣକ ପାଖ ଗ୍ରାମ କୋଠ ସାହିର ବଳରାମ ବେହେରାଙ୍କୁ ପ୍ରେମ କରୁଥିଲେ।ଦୀର୍ଘ ଆଠ ମାସର ପ୍ରେମ ସମ୍ପର୍କ ମଧ୍ୟରେ ଦୁହେଁ ଘରୁ ଲୁଚିକି ପଳାଇଥିଲେ।ପରେ ସୂତ୍ରରୁ ଜଣାପଡ଼ିଲା ଯେ ସେମାନେ ବାଙ୍ଗାଲୁରୁରେ ରହୁଛନ୍ତି ବୋଲି।

g

ନାବାଳିକା ଜଣକ ସେମାନେ ଯିବାର ୮ମାସ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରଖି ନ ଥିଲେ ପରିବାର ଲୋକଙ୍କ ସହ। ହେଲେ ୨ମାସ ତଳେ ନାବାଳିକା ଟି ନିଜ ଆଡୁ ଘରକୁ ଫୋନ କରିଥିଲା। କହୁଥିଲା ମା ମୋ ଦେହ ଜମା ଭଲ ରହୁନାହିଁ,ଦେହ ହାତ ସବୁ ଦରଜ ଲାଗୁଛି।କଣ କରିବି କିଛି ଜାଣପାରୁନି। ଏପରି ଭାବେ ମା ଝିଅ କିଛି କଥା ହୋଇଥିଲେ।

ହେଲେ ତାର ୨ଦିନ ପରେ ବଳରାମ ଝିଅର ମାକୁ ଫୋନ୍ କରି ଝିଅ ଡେଙ୍ଗୁ ଜ୍ବରରେ ମରି ଯାଇଛି ବୋଲି ଖବର ଦେଇଥିଲେ। ଯାହା ଶୁଣି ପରିବାର ଲୋକେ ବିଶ୍ୱାସ କରି ପାରିନଥିଲେ।ତେଣୁ ସେମାନେ  ବଳରାମକୁ ଝିଅର ଶବ ସହିତ ଗାଁକୁ ଆସିବାକୁ କହିଥିଲେ। ହେଲେ ଝିଅର ଶବ ଗାଆଁକୁ ଆସିଥିବା ବେଳେ, ଏପଟେ ବଳରାମ ଫେରାର।