ଦେଖନ୍ତୁ ଭିଡିଓ: “୨ ମାସ ପୂର୍ବରୁ ମୋ ସ୍ତ୍ରୀ ଚାଲିଗଲା, ବିରହ ଯନ୍ତ୍ରଣାରେ ମୁଁ ଆଉ ମୋ ଛୁଆ କେମିତି ରହିବୁ"

 
Bapa jhia

ନଦୀକୁ ଡେଇଁ ପଡ଼ିଲେ ବାପ ଝିଅ। ଅଢେଇ ବର୍ଷର କୁନି ଝିଅକୁ ଧରି ବାପା କାହିଁକି ଏଭଳି କାମ କଲେ ଏ ନେଇ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ପ୍ରଶ୍ନ। ସ୍ଥାନୀୟ ଲୋକ ମାନେ ବାପା ଓ ଝିଅକୁ ବାଇକ୍ ରେ ଆସୁଥିବା ମଧ୍ୟ ଦେଖିଥିଲେ। ଦେଖଣାହାରି ମାନେ ଏ ନେଇ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି। ପଟେ ଅଗ୍ନିସମ ବିଭାଗର ଖୋଜା ଖୋଜି ଜାରି ରହିଥିଲେ ମଧ୍ୟ ଏ ଯାଏଁ କୌଣସି ସୂଚନା ମିଳି ପାରି ନାହିଁ।

ଘୁ

ସୂଚନା ଅନୁସାରେ ଅଢେଇ ବର୍ଷର ଝିଅକୁ ଧରି ବାପା ବୈତରଣୀ ସେତୁରୁ ନଦୀକୁ ଡେ଼ଇଁ ପଡ଼ିଥିଲେ। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ବୈତରଣୀ ସେତୁ ଉପରେ।

ମିଳିଥିବା ଖବର ଅନୁସାରେ ଗତ କାଲି ରାତି ପ୍ରାୟ ସାଢେ଼ ନଅଟା ସମୟରେ ବାଲିପୋଖରୀ ପଂଚାୟତ ପରମାନନ୍ଦପୂର ଗାଆଁର ଚନ୍ଦନ ସାହୁ ତାଙ୍କର ଅଢେଇ ବର୍ଷର କୁନି ଝିଅଟି ସହିତ ମୋଟର ସାଇକେଲରେ ପୋଲ ନିକଟକୁ ଆସିଥିଲେ। ସେଠାରେ ଚନ୍ଦନ ବାଇକ୍, ମୋବାଇଲ୍ ଓ ଜୋତା ରଖି ଝିଅ ସହିତ ନଦୀକୁ ଡେଇଁ ପଡ଼ିଥିଲେ।

ସ୍ଥାନୀୟ ଲୋକ ମାନେ ପରେ ଏ ନେଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ସ୍ପଡେଇଥିକେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଅନ୍ଧାର ରାତି ପାଇଁ ନଦୀରେ ଖୋଜା ଖୋଜି ନ କରି ଉପରେ ଖୋଜିଥିଲେ। ଆଜି ସକାଳୁ ନଦୀ ଭିତରେ ଖୋଜା ଖୋଜି ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ସୂଚନା ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ । ଘଟଣାଟି ପାରିବାରିକ କଳହରୁ ହୋଇଥିବ ବୋଲି ସନ୍ଦେହ କରାଯାଉଛି। ତେବେ ସୂତ୍ରରୁ ଜଣା ପଡିଛି ଯେ ଚନ୍ଦନଙ୍କ ପତ୍ନୀ ଏକ ମାସ ପୂର୍ବରୁ ଆତ୍ମହତ୍ୟା କରିଥିଲେ।