ସୁସ୍ଥ ଯୁବକର ୩ ଘଣ୍ଟାରେ ହେଲା ଆକସ୍ମିକ ମୃତ୍ୟୁ, କୋଭିଡ଼ ହସ୍ପିଟାଲ ନାଁରେ ହତ୍ୟା ଅଭିଯୋଗ ଆଣିଲା ପରିବାର, ଦେଖନ୍ତୁ ଭିଡ଼ିଓ

 
Maa pua

ନୟାଗଡ ଜିଲ୍ଲା ଅନ୍ତର୍ଗତ ଏକ ଘରୋଇ କୋଭିଡ ଡାକ୍ତରଖାନାରେ ଘଟି ଯାଇଛି ଏକ ଅଭାବନୀୟ ଏବଂ ହୃଦୟ ବିଦାରକ ଘଟଣା। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଗାଁର ବାସିନ୍ଦା ଶ୍ରୀଯୁକ୍ତ ଯଦୁମଣି ଜେନାଙ୍କ ୨୦ ବର୍ଷ ର ପୁଅ ଯଶୋବନ୍ତ ଜେନା କୋଭିଡ ମହାମାରୀ ରେ ସଂକ୍ରମିତ ହୋଇଥିଲେ। ହୋମ  କ୍ୱରେଣ୍ଟିନରେ ରହିବା ସତ୍ତ୍ୱେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ, ପରିବାର ବର୍ଗ ବାଧ୍ୟହୋଇ ତାଙ୍କୁ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ଡାକ୍ତରଖାନା ଲୋକପ୍ରିୟ ସମ ହସ୍ପିଟାଲ ଦ୍ୱାରା ପରିଚାଳିତ ହେଉଥିବାରୁ, ପୁଅ ଭଲ ହୋଇ ଫେରିଆସିବ ବୋଲି ପରିବାରବର୍ଗ ଆଶା ବାନ୍ଧିଥିଲେ,କିନ୍ତୁ ଆଉ ଘରକୁ ଫେରିନଥିଲା ପୁଅ।

ତେବେ ଯଶୋବନ୍ତ ସେଠାରେ ୩ ଦିନ ଧରି ଚିକିତ୍ସିତ ହୋଇଥିଲେ। ଚିକିତ୍ସାଧୀନ ଥିବା ଅବସ୍ଥାରେ ଘର ଲୋକଙ୍କ ସହ ଫୋନ ଦ୍ଵାରା ଯୋଗା ଯୋଗ କରି ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥାନ୍ତି ଯଶୋବନ୍ତ। କିନ୍ତୁ,ଦିନେ ପରିବାର ବର୍ଗଙ୍କ ସହ କଥା ହେଉଥିବାବେଳେ ଯଶୋବନ୍ତ ପରିବାର ବର୍ଗଙ୍କ ଆଗରେ ଡାକ୍ତରଖାନାର କର୍ତ୍ତୃପକ୍ଷ ତାଙ୍କୁ ଶରିରୀକ ନିର୍ଯ୍ୟାତନା ଦେଉଛନ୍ତି ବୋଲି କହିଥିଲେ।

ଏପରିକି ସେ ଏହି ଅଭିଯୋଗକୁ ପାରିବାର ଲୋକଙ୍କ ଆଗରେ ପରିପ୍ରକାଶ କରୁଥିବା ବେଳେ ତାଙ୍କ ପଖରୁ ଡାକ୍ତରଖାନାର କର୍ତ୍ତୃପକ୍ଷ ଫୋନଟି ଛଡାଇ ନେଇଥିଲେ। ଯାହା ପରେ ବାରମ୍ବାର ଚେଷ୍ଟା କରିବା ସ୍ୱତେ ମଧ୍ୟ ପାରିବାର ଲୋକ ଯଶୋବନ୍ତଙ୍କ ସହ କଥା ହୋଇ ପାରିନଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚରା ଯିବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା କୁହାଯାଇଥିଲା। କିନ୍ତୁ ଏହାର ମାତ୍ର ୩ ଘଣ୍ଟା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଫୋନ କରି ଯଶୋବନ୍ତଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ଦେଇଥିଲେ।

ସୁସ୍ଥ ଥିବା ପୁଅ ୩ ଘଣ୍ଟାରେ କିଭଳି ମୃତ୍ୟୁବରଣ କଲା ସେନେଇ ପରିବାର ଲୋକେ ସନ୍ଦେହ କରିଥିବା ବେଳେ ତାଙ୍କ ପୁଅକୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକ ଏନେଇ ଚାନ୍ଦପୁର ଥାନାରେ ଉକ୍ତ ହସ୍ପିଟାଲର କତ୍ତୃପକ୍ଷଙ୍କ ନାମରେ ହତ୍ୟା ଏବଂ ମନୁଷ୍ୟ ଅଙ୍ଗ ଚୋରା ଚାଲାଣର ଅଭିଯୋଗ ଆଣିଛନ୍ତି। ଏଥିସହିତ ମୃତକଙ୍କ ପିଉସୀ ଯଶୋବନ୍ତଙ୍କ ମୃତ ଶରୀରକୁ ଡାକ୍ତରଖାନା ପରିସରରେ ଉଲଗ୍ନ ଅବସ୍ଥାରେ ଦେଖିବାକୁ ଦାବି କରିଥିଲେ।