ପ୍ରେମ ବିବାହ, ଅଛି ୫ବର୍ଷର ପୁଅ, ହେଲେ ଘର ସଂସାର ଛାଡି ଫେସବୁକ ପ୍ରେମିକ ସହ ମହିଳା ଫେରାର୍, ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ

 
ପ୍ରେମ ବିବାହ, ଅଛି ୫ବର୍ଷର ପୁଅ, ହେଲେ ଘର ସଂସାର ଛାଡି ଫେସବୁକ ପ୍ରେମିକ ସହ ମହିଳା ଫେରାର୍, ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ

ପ୍ରେମ ପାଇଁ ମଣିଷ କିଛି ବି କରିପାରେ, ପ୍ରେମରେ ପାଗଳ ମଣିଷ ଜୀବନ ଦେବାର ଅନେକ ଖବର ଶୁଣିଥିବେ ହେଲେ ଏକ ଏପରି ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଚକିତ କରିଦେବ। ଗୋଟେ ପ୍ରେମକୁ ମାତ୍ ଦେଇଛି ଆଉ ଏକ ପ୍ରେମ ସମ୍ପର୍କ। ପ୍ରେମ କରି ବିବାହ କରିବା ପରେ ବି ଆଉ ଜଣକ ସହ ପ୍ରେମ ସମ୍ପର୍କ ରଖି ପ୍ରଥମ ପ୍ରେମକୁ ଛାଡି ଚାଲି ଯାଇଛନ୍ତି ମହିଳା। ଆଉ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ମହିଳା ଜଣକ ନିଜ ଦ୍ୱିତୀୟ ପ୍ରେମ ପାଇଁ ପ୍ରଥମ ପ୍ରେମର ସନ୍ତକ ପାଞ୍ଚବର୍ଷର ପୁଅକୁ ବି ଛାଡି ଚାଲି ଯାଇଛନ୍ତି।

ସ୍ୱାମୀଙ୍କ କହିବାନୁସାରେ, ଜୀବନଠାରୁ ଅଧିକ ଭଲପାଉଥିଲି ସ୍ତ୍ରୀକୁ। ହେଲେ ସେ ଛାଡ଼ି ଚାଲିଗଲା ମତେ। ଘଟଣାଟି ଘଟିଛି ବଲାଙ୍ଗୀର ରାମେଶ୍ୱରନଗର ପଡ଼ାରେ। ମହିଳା ରାଜସ୍ମିତା ନାଏକ, ତାଙ୍କ ସ୍ୱାମୀ ବିଶ୍ୱଜିତଙ୍କ ପ୍ରେମ ବିବାହ ହୋଇଥିଲା। ଉଭୟଙ୍କ ପାଞ୍ଚବର୍ଷର ପୁଅଟିଏ ମଧ୍ୟ ଅଛି। ହେଲେ ଆଉଜଣଙ୍କ ପ୍ରେମରେ ପଡିଗଲେ ରାଜସ୍ମିତା, ଫେସବୁକ ମାଧ୍ୟମରେ ସେ ରାଜସ୍ଥାନର ଜଣେ ଯୁବକ ସହିତ ଫେସ୍‌ବୁକ୍‌ ଚାଟିଂରୁ ପ୍ରେମରେ ପଡିଗଲେ। ତାପରେ ମୋବାଇଲେରେ ଘଣ୍ଟା ଘଣ୍ଟା କଥା ହେବା ସହ ପ୍ରେମରେ ପାଗଳି ହେଲେ ଏହି ଗୋଟିଏ ଛୁଆର ମା’।

ଗତ ମାର୍ଚ୍ଚ ୨ ତାରିଖ ଘରୁ ବଜାର ଯାଉଛି କହି ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ଖୋଜାଖୋଜି ପରେ ତାଙ୍କୁ ନପାଇବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ତାଙ୍କ ସ୍ୱାମୀ। ବଲାଙ୍ଗୀର ଟାଉନ୍‌ ଥାନାରେ ଏବେ ନିଖୋଜ ମାମଲା ରୁଜୁ କରିଛି ପୁଲିସ। ହେଲେ ଆଗେଇ ପାରୁନି ତଦନ୍ତ। ଏବେ ଛୁଆକୁ ପୋଷୁଛନ୍ତି, ପାଳୁଛନ୍ତି ବିଧବା ଶାଶୂ। ସୂଚନା ମୁତାବକ, ବିଶ୍ୱଜିତ ଓ ରାଜସ୍ମିତାଙ୍କ ପ୍ରେମ କାହାଣୀ କୌଣସି ସିନେମାର ପ୍ରେମ କାହାଣୀଠୁ କମ୍‌ ନୁହେଁ। ଉଭୟ ଥିଲେ ପଡ଼ୋଶୀ।

ପ୍ରେମରେ ଉବୁଟୁବୁ ବିଶ୍ୱଜିତ ଓ ରାଜସ୍ମିତା। ଘର ଲୋକଙ୍କ ବାରଣ ସତ୍ତ୍ୱେ ଘରୁ ଫେରାର ହୋଇ କଟକରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। ଘର ଲୋକଙ୍କ ବିରୋଧ ଯୋଗୁଁ ବଲାଙ୍ଗୀର ଆସି ରାମେଶ୍ୱରନଗର ପଡ଼ାରେ ରହୁଥିଲେ। ବିଶ୍ୱଜିତ ପରିବାର ପରିପୋଷଣ ପାଇଁ ନିଜ ମାମୁଙ୍କ ଫୁଲ ଦୋକାନରେ କାମକରନ୍ତି। ଯେମିତି ରୋଜଗାର ହୁଏ ସାମର୍ଥ୍ୟ ଅନୁସାରେ ସ୍ତ୍ରୀର ଆବଶ୍ୟକତା ପୂରଣ କରନ୍ତି। କିନ୍ତୁ ବିଶ୍ୱଜିତଙ୍କ କହିବା କଥା ସବୁବେଳେ ସ୍ତ୍ରୀ ରାଜସ୍ମିତା ହାଇଫାଇରେ ରହିବା ପାଇଁ ଚାହୁଁଥିଲେ। ତେଣୁ ଫେସ୍‌ବୁକ୍‌ରେ ଚାଟିଂ କରୁକରୁ ଜଣେ ଯୁବକ ସହିତ ପ୍ରେମରେ ପଡ଼ିଥିଲେ।