“ତୁମ ଦେହରେ କେଉଁଠି କଣ ଅଛି, ତୁମ ସ୍ତ୍ରୀ ବି ଜାଣିନଥିବ ଯେତିକି ମୁଁ ଜାଣିଛି, ଏବେ ତମେ ମୋର ଦେଖିବ...

 
Local news

ରାଜ୍ୟରେ ବର୍ତ୍ତମାନ ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା। ନିକଟରେ କେନ୍ଦ୍ରାପଡାରେ ପୁରୁଷ ପୁରୁଷ ମଧ୍ୟରେ ପ୍ରଥମେ ପ୍ରେମ ସମ୍ପର୍କ ଆଉ ପରେ ଜଣେ ଅନ୍ୟ ଜଣଙ୍କର ଗୁପ୍ତାଙ୍ଗ କାଟିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଗତ ମଙ୍ଗଳବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବେଳାଭୂମି ବୁଲିବାକୁ ଡାକିନେଇ ସାଙ୍ଗର ଗୁପ୍ତାଙ୍ଗ କାଟିଦେଲା ଆଉ ଜଣେ ସାଙ୍ଗ। ଆଉ ସେଠାରେ ଗୁରୁତର ବ୍ୟକ୍ତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

Akhya

ତେବେ ପରବର୍ତ୍ତୀ ସମୟରେ ବ୍ୟକ୍ତିଙ୍କ ଘର ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁରେ ବୋଲି ଜଣାପଡିଛି। ତେବେ ଗୁପ୍ତାଙ୍ଗ କାଟିଥିବା ଅଭିଯୁକ୍ତ ଅକ୍ଷୟ ରାଉତଙ୍କର କୌଣସି ପତ୍ତା ମିଳିନାହିଁ ଏବଂ ଅଭିଯୁକ୍ତଙ୍କ ଘର ଆଳି ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ସମ୍ପୁର୍ଣ୍ଣ ସୂଚନା ଅନୁସାରେ ଅକ୍ଷୟ ଏବଂ ଭାଗବତ ନାମକ ଦୁଇ ଯୁବକ ଫେସବୁକରୁ ପରସ୍ପରକୁ ଜାଣିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧତ୍ୱ ସ୍ଥାପନ ହେଲା। ଏହାରି ଭିତରେ ଉଭୟଙ୍କ ପ୍ରେମ ସମ୍ପର୍କ ଏତେ ନିବିଡ଼ ହୋଇଯାଇଥିଲା ଯେ ଅକ୍ଷୟ ଭାଗବତଙ୍କ ଘରକୁ ଆସି ରହୁଥିଲେ।

ଭାଗବତ ମଧ୍ୟ ଅକ୍ଷୟଙ୍କ ଘରେ ରହୁଥିଲେ। ତେବେ ମଙ୍ଗଳବାର ଦିନ ପ୍ରାୟ 10ଟା ବେଳେ ଅକ୍ଷୟ ନିଜ ଅଟୋ ନେଇ ଭାଗବତଙ୍କ ଘରେ ପହଞ୍ଚିଥିଲେ। ରାଜନଗର ପେଣ୍ଠ ବେଳାଭୂମି ଯିବାକୁ ଭାଗବତଙ୍କୁ ଡାକିଥିଲେ। ଅକ୍ଷୟଙ୍କ କଥାରେ ଭାଗବତ ରାଜି ହୋଇଯାଇଥିଲେ। ଦୁଇ ବନ୍ଧୁ ବେଳାଭୂମି ବୁଲିବାକୁ ବାହାରି ଯାଇଥିଲେ। ବେଳାଭୂମିରେ ପହଞ୍ଚି ଅକ୍ଷୟ ଏବଂ ଭାଗବତ ବୁଲାବୁଲି କରିବା ସହ ଭୋଜନ ମଧ୍ୟ କରିଥିଲେ। ପରେ ସେଠାରେ ଦୁଇ ଜଣ ବିଶ୍ରାମ ନେଇଥିଲେ। ଏହି ସମୟରେ ଅକ୍ଷୟ ହଠାତ୍ ଉଠିଯାଇ ନିଜ ଅଟୋରୁ ଏକ ଧାରୁଆ ଅସ୍ତ୍ର ଆଣି ଭାଗବତଙ୍କ ଗୁପ୍ତାଙ୍ଗ ଉପରେ ଚୋଟ ପକାଇଥିଲେ।

ସେ ଦୁଇରୁ ୩ ଥର ଚୋଟ ପକାଇଥିଲେ। ପରେ ସେଠାରୁ ଅକ୍ଷୟ ଚମ୍ପଟ ମାରିଥିଲେ। ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଭାଗବତ ପରିବାର ଲୋକଙ୍କୁ ଫୋନ୍‌ କରିଥିଲେ।ପରିବାର ଲୋକେ ପହଞ୍ଚି ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଭାଗବତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଅକ୍ଷୟ ବୟସ୍କ ଲୋକଙ୍କର ଗୁପ୍ତାଙ୍ଗ ଦେଖିବା ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଭଲ ପାଆନ୍ତି। ଏଥିରେ ଭାଗବତଙ୍କର ମଧ୍ୟ କୌଣସି ଅସୁବିଧା ନଥିଲା। ଉଭୟ ପରସ୍ପର ସହ ସମ୍ପର୍କ ରଖିବାକୁ ରାଜି ଥିଲା। ଏହାର ଏକ ଭିଡ଼ିଓ ଏବଂ କିଛି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗୁଛି। ଯାହାକୁ ଦେଖି ଲୋକମାନେ ବିଶ୍ୱାସ ହିଁ କରିପାରୁ ନାହାନ୍ତି। ତେବେ ପୋଲିସ ଅଭିଯୁକ୍ତକୁ ପଚରାଉଚରା କଲାପରେ ହିଁ ସବୁ ସତ କଥା ବାହାରକୁ ଆସିବ।