ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କର୍ମଚାରୀଙ୍କ ମୃତ୍ୟୁ ପରେ ବିବାହିତ ଝିଅ ବି ପାଇବେ ଅନୁକମ୍ପା ମୂଳକ ନିଯୁକ୍ତି, ଜାଣନ୍ତୁ ପୁରା ଖବର

 
Marriage girl job

ଏଣିକି ବିବାହିତ ଝିଅ ବି ପାଇ ପାରିବେ ଅନୁକମ୍ପା ମୂଳକ ନିଯୁକ୍ତି । ଏବେ ସାମ୍ନାକୁ ଆସିଛି ଓଡ଼ିଶା ହାଇକୋର୍ଟର ଗୁରୁତ୍ଵପୂର୍ଣ୍ଣ ରାୟ । ତେବେ ସାଧାରଣରେ ଅଭିଭାବକଙ୍କ ମୃତ୍ୟୁରେ ଅନୁକମ୍ପା ମୂଳକ ନିଯୁକ୍ତି ପୁଅ ମାନଙ୍କୁ ହିଁ ମିଳିଥାଏ ।

ବିବାହିତ ଝିଅ ମାନେ ଏଥିରୁ ବଞ୍ଚିତ ରୁହନ୍ତି । ବେଳେ ବେଳେ ଏପରି ମଧ୍ୟ ହୋଇଥାଏ ପୁଅ ଅପେକ୍ଷା ବିବାହିତା ଝିଅଟିକୁ ଚାକିରିର ଅଧିକ ଆବଶ୍ୟକତା ଥାଏ । ହେଲେ ସେ ଏହି ଅଧିକାରରୁ ବଞ୍ଚିତ ହୋଇଥାଏ ।

ର

ସମୟ ବଦଳୁଛି । ସମୟ ଆସିଛି ପୁରୁଷ କୈନ୍ଦ୍ରିକ ଚିନ୍ତାଧାରାରୁ ବାହାରକୁ ଆସିବାର । ତେବେ ଏ ନେଇ ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତି ସ୍ଵାଗତ ଯୋଗ୍ୟ । ହାଇକୋର୍ଟ ରାୟ ଶୁଣାଇବା ବେଳେ କହିଛନ୍ତି ଅନୁକମ୍ପା ମୂଳକ ନିଯୁକ୍ତି କ୍ଷେତ୍ରରେ ନିର୍ଭରଶୀଳତାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବା ଉଚିତ୍ । ନିର୍ଭରଶିଳ ବ୍ୟକ୍ତିଙ୍କ ବୈବାହିକ ସ୍ଥିତି ଏଥିରେ ବାଧା ଦେବା ଉଚିତ୍ ନୁହେଁ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜଣେ ସନ୍ତାନ ଯେ କେବଳ ବାହା ହୋଇ ଯାଇଥିବା ହେତୁ ମାଆ ବାପାଙ୍କ ସବୁ ଜିନିଷର ବଞ୍ଚିତ ରହିବ ତାହା ଆଦୌ ଠିକ୍ ନୁହେଁ । ଝିଅଟିଏ ବିଭାଘର ପରେ ମଧ୍ୟ ଯେପରି ତାର ମାଆ ବାପାଙ୍କ ଦାୟୀତ୍ବ ରଖିବା ତାହାର ଏକ ବଡ଼ କର୍ତ୍ତବ୍ୟ ଅଟେ ଠିକ୍ ସେହିପରି ଏହି ଅନୁକମ୍ପା ଚାକିରୀ ପାଇବା ତାହାର ଏକ ଅଧିକାର ଅଟେ ।