ଦେଖନ୍ତୁ ଭିଡିଓ: ବୋହୂ କରିଦେଲା ଏମିତି କାମ ଯାହା ପାଇଁ ଏବେ କାନ୍ଦୁଛି ପୂରା ଗାଁ, ଆଉ ଲୋକେ କହୁଛନ୍ତି...
ଆଜି ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ବୋହୂ ! ହେଲେ ଛାଡ଼ି ଯାଇଛନ୍ତି ସମସ୍ତଙ୍କ ମନରେ ଭଲ ପାଇବା । ଜଣେ ସାଧାରଣ ମହିଳା ହୋଇ ମଧ୍ୟ ମଲା ବେଳେ ପାଉଛନ୍ତି ରାଷ୍ଟ୍ରୀୟ ସମ୍ମାନ । ଆଜ୍ଞା ହଁ , କୁହାଯାଏ ସେବାର ମନୋବୃତ୍ତି ରହିଲେ କୌଣସି ବି ବାଧା ବିଘ୍ନ ଅଟକାଇ ପାରେ ନାହିଁ । ମଣିଷ ଯେ କେବଳ ବଞ୍ଚିଥିବା ବେଳେ ସେବା କରେ ତାହା ନୁହେଁ ମଲା ପରେ ମଧ୍ୟ ସେ ଏପରି କିଛି ଛାଡ଼ି ଯାଏ ଯାହା ଅନେକ ଲୋକଙ୍କୁ ଜୀବିତ ରଖିଥାଏ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଏଭଳି କିଛି ଉଦାହରଣ ସୃଷ୍ଟି କରିଛନ୍ତି ସଂଯୁକ୍ତା । ବୋହୂର ଏପରି କିଛି କାର୍ଯ୍ୟ ପାଇଁ ତାକୁ ଆଜି ଦିଆ ଯାଇଛି ରାଷ୍ଟ୍ରୀୟ ପୁରସ୍କାର । ଗାଆଁ ପଡ଼ିଆରେ ରୁଣ୍ଡ ହୋଇଛନ୍ତି ହଜାର ହଜାର ଲୋକ । ସମସ୍ତଙ୍କ ଆଖିରେ ଲୁହ । ସମସ୍ତେ ଭାବ ବିହ୍ବଳ । ହୁଏ ତ ସେ ସମ୍ପର୍କରେ ସମସ୍ତଙ୍କର ନୁହନ୍ତି । ମାତ୍ର ସମସ୍ତେ ମାନବିକତା ଦୃଷ୍ଟିରୁ ଧାଇଁ ଆସିଛନ୍ତି ଗାଆଁ ପଡିଆକୁ । ଆସିବେନି ବା କିପରି କୁହନ୍ତୁ କାରଣ ସଂଯୁକ୍ତା ସେହିଭଳି କାମ କରି ଦେଇଛନ୍ତି ।
ଏହି ସ୍ବାର୍ଥପର ଦୁନିଆରେ ନିଃସ୍ଵାର୍ଥପର ସେବା ଖୁବ୍ କମ୍ ମଣିଷ ଦିଅନ୍ତି । ଯେଉଁ ମାନଙ୍କ ମଧ୍ୟରୁ ସଂଯୁକ୍ତା ହେଉଛନ୍ତି ଜଣେ । ଆଜ୍ଞା ହଁ , ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଯେଉଁଠାରେ ସଂଯୁକ୍ତା ପାତ୍ର ନାମକ ମହିଳା ଜଣଙ୍କ ଆଜି ମରି ମଧ୍ୟ ଅମର ହୋଇଯାଇଛନ୍ତି ସମସ୍ତଙ୍କ ମନରେ ।
ସଂଯୁକ୍ତା ଗତ ବୁଧବାର ଦିନ ବାଥ୍ ରୁମ୍ କୁ ଗାଧେଇବାକୁ ଯାଉଥିବା ସମୟରେ ତାଙ୍କ ଗୋଡ ଖସି ଯାଇଥିଲା । ଯାହା ଦ୍ଵାରା ସେ ଗୁରୁତର ଭାବେ ଆହତ ହୋଇ ମେଡିକାଲ ଯାଇଥିଲେ । ଯେଉଁଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ ଘଟିଥିଲା ।
ସଂଯୁକ୍ତାଙ୍କର ଏହି ମୃତ୍ୟୁରେ ଭାଙ୍ଗି ପଡ଼ିଥିଲା ପୁରା ପରିବାର । ସମସ୍ତଙ୍କୁ ସମାନ ସ୍ନେହ ପ୍ରେମ ଦେଉଥିଲେ ସଂଯୁକ୍ତା । ଏପରିକି ସାହି ପଡ଼ିଶାରେ ମଧ୍ୟ ତାଙ୍କୁ ସମସ୍ତେ ଭଲ ପାଉଥିଲେ ।
ସଂଯୁକ୍ତାଙ୍କ ମୃତ୍ୟୁରେ ସମସ୍ତେ ଭାଙ୍ଗି ପଡିଥିବା ବେଳେ ସଂଯୁକ୍ତାଙ୍କ ସ୍ବାମୀ ନେଇଥିଲେ ଏକ ବଡ ନିଷ୍ପତ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସଂଯୁକ୍ତାଙ୍କ ସ୍ଵାମୀ ତାଙ୍କର ପାଞ୍ଚଟି ଅଙ୍ଗକୁ ଦାନ କରିଥିଲେ ବିଭିନ୍ନ ଅସହାୟ ଲୋକଙ୍କୁ । ଯେଉଁମାନେ ଆଜି ସଂଯୁକ୍ତାଙ୍କ ପାଇଁ ଦୁନିଆ ଦେଖିବାରେ ସହାୟକ ହୋଇଛନ୍ତି ।