ଲଗାତାର ପାଞ୍ଚ ପାଳି ଶାସନ ପରେ ବି କଣ ମାଗଣା ଯୋଜନା ଭରସାରେ ବିଜେଡି? ନିର୍ବାଚନ ପୂର୍ବରୁ ଫ୍ରି ସ୍କିମ୍ ର ବର୍ଷା, ଜାଣନ୍ତୁ ପୁରା ଖବର

 
Free scheme

ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ସର୍ଭେ କହୁଛି ଏହି ନିର୍ବାଚନରେ ବିଜେଡି ଉପରେ ଭାରି ପଡିପାରେ ବିଜେପି । ରାଜ୍ୟରେ ବିଜେଡିକୁ ନେଇ ଜନ ଅସନ୍ତୋଷ ବଢୁଥିବା ବେଳେ ଏକ ବିକଳ୍ପ ଭାବେ ବିଜେପି ମୁହାଁ ହେଉଛନ୍ତି ଲୋକେ ।

ବର୍ତ୍ତମାନ ନିର୍ବାଚନକୁ ଆଖି ଆଗରେ ରଖି ଗୋଟିଏ ପରେ ଗୋଟିଏ ମାଗଣା ଯୋଜନା ପ୍ରଣୟନ କରୁଛନ୍ତି ରାଜ୍ୟ ସରକାର । ଯେଉଁଥି ପାଇଁ କେବଳ ବିରୋଧୀ ଦଳ ଦ୍ୱାରା ନୁହେଁ ଜନ ସାଧାରଣଙ୍କ ଦ୍ୱାରା ମଧ୍ୟ ସମାଲୋଚିତ ହେଉଛନ୍ତି ସରକାର । 

R

ଗତ ୪ କିମ୍ବା ୫ ଦିନ ଭିତରେ ପ୍ରାୟ ୪ ରୁ ୫ଟି ଫ୍ରି ସ୍କିମ୍ ଘୋଷଣା କରିଛି ବିଜେଡ଼ି ସରକାର । ଭତ୍ତା ବାବଦକୁ ୫୦୦ ଟଙ୍କା ବୃଦ୍ଧି , କେନ୍ଦୁ ପତ୍ର ତୋଳାଳୀଙ୍କୁ ୫୦ ପ୍ରତିଶତ ବୋନସ , ଖାଦ୍ୟ ସୁରକ୍ଷା ହିତାଧିକାରୀଂକୁ ୧୦୦୦ ଟଙ୍କାର ସହାୟତା ଓ ମାଗଣାରେ ୨ଟି ଲେଖାଏଁ ଛୋଟ ବ୍ୟାଗ୍ , ବେକାର ଯୁବକ ଯୁବତୀ ମାନଙ୍କୁ ସ୍ଵୟଂ ଯୋଜନାରେ ବିନା ସୁଦ୍ଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ଯୁକ୍ତ ୩ ଓ ପିଜି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ବର୍ଷରେ ବର୍ଷକୁ ୯ ରୁ ୧୦୦୦୦ ପର୍ଯ୍ୟନ୍ତ ସହାୟତା ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏପରି ଅନେକ କିଛି ନୂଆ ଯୋଜନା ଆଣିଛନ୍ତି ସରକାର । 

ତେବେ ପ୍ରଶ୍ନ ଉଠୁଛି ଦୀର୍ଘ ୨୪ ବର୍ଷ ଧରି ଶାସନ କରି ଆସୁଥିବା ସରକାରଙ୍କୁ ଏବେ ବି କାହିଁକି ମାଗଣା ଯୋଜନାର ଆବଶ୍ୟକତା ପଡୁଛି ? କାରଣ ମାଗଣା ଯୋଜନା ଏକ ପ୍ରାରମ୍ଭିକ ପ୍ରକ୍ରିୟା ଅଟେ । ଏହା ଦିର୍ଘ ମିଆଦୀ ପ୍ରକ୍ରିୟା ନୁହେଁ । ସରକାରଙ୍କର ଏହି ନୂତନ ଯୋଜନା ଗୁଡିକ ପାଇଁ ଉଭୟ ବିଜେପି ଓ କଂଗ୍ରେସ ସରକାର କଟାକ୍ଷ କରିଛନ୍ତି ।