ପୁରୀ ରାସ୍ତାରେ ମାତାଲ ଯୁବତୀଙ୍କ ହଙ୍ଗାମା! ପିସିଆର୍ ଭ୍ୟାନ୍ ଉପରେ ଚଢି ଗଲେ, ଯାହାକୁ ପାରିଲେ ତାକୁ ଗାଳି କଲେ, ଦେଖନ୍ତୁ ଭିଡ଼ିଓ

 
Jubati

ବିଚ୍ ରାସ୍ତାରେ ଉତ୍ପାତ ହେଲେ ମଦ୍ୟପ ଯୁବତୀ। ମଦ ନିଶାରେ ଚୂର୍ ହୋଇଥିବା ଏହି ଯୁବତୀ ରାସ୍ତାରେ ଠିଆ ହୋଇ ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳି କରୁଥିବା ଦେଖିବାକୁ ମିଳିଥିଲା। ଘଟଣାଟି ପୁରୀ ଅବକାଶ ଲେନରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଥିବା ବେଳେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଯାଇଛି। ଏହି ଘଟଣାର କେତେକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Jubati

ମିଳିଥିବା ସୂଚନା ଅନୁଯାଇ ମଙ୍ଗଳବାର ରାତି ୯ଟା ସମୟରେ ଜଣେ ଯୁବତୀ ବଡ଼ଶଙ୍ଖ ଠାରେ ଛିଡ଼ା ହୋଇଥିଲେ। ତାଙ୍କ ହାବଭାବରୁ ସେ ପ୍ରଚୁର ମଦ ପିଇଥିବା ମଧ୍ୟ ଜଣାପଡୁଥିଲା। ତେବେ, ଏହାର କିଛି ସମୟ ପରେ ଯୁବତୀ ଜଣକ ସେଠାରେ ଠିଆ ହୋଇ ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳି କରିବାକୁ ଲାଗିଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ଶେଷରେ ଖବର ପାଇ କୁମ୍ଭାରପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବତୀଙ୍କୁ ନେଇଯାଇଥିଲା।