ରାଜଧାନୀ ରାସ୍ତାରେ ମାତାଲ ଯୁବତୀଙ୍କ କାର୍‌ନାମା, ଷ୍ଟାଇଲ ଦେଖେଇ ଚିତ୍କାର କରି ଲାଗିଗଲା ଭିଡ, ଆଉ ତାପରେ.. ଦେଖନ୍ତୁ ଭିଡ଼ିଓ

 
Matal Jubati

ଆପଣ ପୁରୁଷ ମାନଙ୍କୁ ମାତାଲ୍ ହୋଇ ବୁଲୁଥିବାର ନିଶ୍ଚିତ ଦେଖିଥିବେ ହେଲେ ଆଜିର ଯୁବତୀ ମାନେ ବି କିଛି କମ୍ ନୁହଁନ୍ତି। ଆଜି ରାଜଧାନୀର ରାଜ ରାସ୍ତାରେ ଏହିଭଳି ଏକ ଚାଞ୍ଚଲ୍ୟକର ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ଛକ ରାସ୍ତାରେ ଜଣେ ଯୁବତୀ ଅଟୋ ଭିତରେ ବସି ମଦ ପିଇବା ସହିତ ସିଗାରେଟ ଧୁଆଁ ଛାଡ଼ି ଅଟୋ ଭିତରୁ ହିଁ ଲୋକ ମାନଙ୍କୁ ମନଇଚ୍ଛା ଗାଳି କରୁଥିବା ଦେଖିବାକୁ ମିଳିଥିଲା। ବେଶ ପୋଷାକରୁ ଯୁବତୀ ଜଣଙ୍କ ସମ୍ଭ୍ରାନ୍ତ ପରିବାରର ବୋଲି ଜଣାପଡୁଥିଲେ ହେଁ ସେ ରାସ୍ତା ଉପରେ ଏକାକୀ ମାତାଲ ଅବସ୍ଥାରେ ବୁଲୁଥିଲେ।

Accused

ଯୁବତୀଙ୍କର ଏଭଳି କାରନାମା ଦେଖି ରାସ୍ତା ରେ ଦେଖଣାହାରିଙ୍କର ଭିଡ଼ ଲାଗିଥିଲା। ବେଶ କିଛି ସମୟ ହାଇ ଡ୍ରାମା ପରେ ସେଠାକୁ ପୋଲିସ ଆସି ପରିସ୍ଥିତି କୁ ଆୟତ କରିବାକୁ ଚେଷ୍ଟା କରିଥିଲେ ହେଁ, ଯୁବତୀ ଜଣଙ୍କ ପୋଲିସକୁ ମଧ୍ୟ ପାଣି ପିଆଇ ଦେଇଥିଲା। ତେବେ, ଯୁବତୀ ଜଣକୁ ପଚରା ଉଚରା କରିବା ପରେ ସେ କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି।

Jubati

ଯୁବତୀ ଜଣକ ଏତେ ମାତ୍ରାରେ ନିଶାରେ ଥିଲେ ଯେ ନିର୍ଭୟ ହୋଇ ତାଙ୍କ ବାପା ମାଆଙ୍କ ନାମ ବି କହିଦେଥିଲେ। ତେବେ, ଦଣ୍ଡ ଆକାର ରେ ପୋଲିସ ଯୁବତୀଙ୍କଠୁ ଜରିମାନା ରଖି ତାଙ୍କୁ ଛାଡ଼ି ଦେଇଥିଲା।