ଅନେକ ରୋଗର ସଂକେତ ଦିଏ ବାରମ୍ବାର ପରିସ୍ରା ଲାଗିବା, ଜାଣି ରଖନ୍ତୁ ଏହି ୪ଟି ବଡ଼ କାରଣ

 
Toilet

ଗୋଟିଏ ସାଧାରଣ ବ୍ୟକ୍ତି ଦିନକୁ ୮ ରୁ ୧୦ ଥର ପରିସ୍ରା କରିଥାଏ। ମାତ୍ର କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ପରିମାଣ ଅଧିକ ଦେଖା ଦେଇଥାଏ। ଅନେକ ସମୟରେ ଏହାକୁ ଆମେ ଅଣଦେଖା କରିଥାଉ ଯାହାର ଫଳସ୍ୱରୁପ ଆମକୁ ଅନେକ ବଡ଼ ରୋଗର ସାମ୍ନା କରିବାକୁ ପଡ଼ିଥାଏ।ପାଣି କମ ପିଇବା ବା ଅଧିକ ପିଇବା ଆପଣଙ୍କ ପରିସ୍ରାର ପରିମାଣ କହିଥାଏ।ମାତ୍ର କେବଳ ଯେ ଏହି ଦୁଇଟି କାରଣ ଯଥେଷ୍ଟ ଏହା କହିବା ଠିକ୍ ନୁହେଁ। ବାରମ୍ବାର ପରିସ୍ରା ଲଗିବା ର କାରଣ କେବଳ ଅଧିକ ପାଣି ପିଇବା ସବୁ ସମୟରେ ଲାଗୁ ହୋଇନଥାଏ।କାରଣ ଏ ଭଳି କିଛି ରୋଗ ରହିଛି ଯାହାର ମୁଖ୍ୟ ଲକ୍ଷଣ ହେଉଛି ବହୁ ବାର ପରିସ୍ରା ଲାଗିବ। ଆସନ୍ତୁ ଜାଣିବା କଣ ରହିଛି ସେ ରୋଗ ଗୁଡିକ। ଯଥା -

 

urin

  • ଡାଇବେଟିଶ
  • ମୂତ୍ରାଶୟ ସଂକ୍ରମଣ
  • ଅତ୍ୟଧିକ ନିଷ୍କ୍ରିୟ
  • ପୁରୁଷ ମାନଙ୍କର ପ୍ରୋଷ୍ଟୋଟ୍ ସମସ୍ୟା

ଡାଇବେଟିସ - 
ବର୍ତ୍ତମାନର ଏକ ବିଶେଷ ଗୁରୁତ୍ଵପୁର୍ଣ୍ଣ ସମସ୍ୟା। ଯାହାର କି ଏକ ପ୍ରାଥମିକ ଲକ୍ଷଣ ହେଉଛି ବାରମ୍ବାର ପରିସ୍ରା ଲାଗିବା ।କୁହାଯାଏ ଯଦି ଆପଣ ଦିନ ଭିତରେ ୭ ରୁ ୧୦ ଥର ପରିସ୍ରା କରୁଛନ୍ତି ତେବେ ଏହା ଡାଇବେଟିସ - 1 କିମ୍ବା ଡାଇବେଟିସ - 2 ର ଲକ୍ଷଣ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଗବେଷଣା ଅନୁସାରେ ଗୋଟିଏ ସାଧାରଣ ବ୍ୟକ୍ତି ଏକ ଦିନରେ ୩ ଲିଟର ପରିସ୍ରା କରିଥାଏ ମାତ୍ର ଏକ ଡାଇବେଟିସ ଗ୍ରସ୍ଥ ବ୍ୟକ୍ତି ଠାରେ ଏହା ୩ ରୁ ୨୦ ଲିଟର ହୋଇଥାଏ।

ମୁତ୍ରାଶୟ ସଂକ୍ରମଣ - ଏହା ଏକ ସାଧାରଣ ରୋଗ । ଯାହା ମହିଳା ମାନଙ୍କ କ୍ଷେତ୍ରରେ ଦେଖା ଦେଇଥାଏ। ଏହା କିଡନୀ ଏବଂ ବ୍ଲାଡର ଉପରେ ପ୍ରଭାବ ପକେଇଥାଏ। ଯଦିଓ ଏହି ରୋଗ ସାଧାରଣ ଅଟେ ସଠିକ୍ ଭାବେ ଯତ୍ନ ନ ହେବା କାରଣରୁ ଏହା ଗୁରୁତର ଅବସ୍ଥାରେ ପହଞ୍ଚିଥାଏ । ଏହି ସମସ୍ୟା ହେତୁ ମୁତ୍ରରେ ଅନେକ ଥର ରକ୍ତ ଦେଖାଦେଇଥାଏ।

ଅତ୍ୟଧିକ ନିଷ୍କ୍ରିୟ - ଅତ୍ୟଧିକ ନିଷ୍କ୍ରିୟ ବ୍ଲାଡର ହେଉଛି ଏକ ଅବସ୍ଥା ଯେଉଁଥିରେ ବାରମ୍ବାର ପରିସ୍ରା aକରିବାର ଅନୁଭବ ଥାଏ । ଏହି କାରଣରୁ , ଦୈନନ୍ଦିନ କାର୍ଯ୍ୟକଳାପ ବିଚଳିତ ହୋଇପାରେ । ବାରମ୍ବାର ପରିସ୍ରା କରିବା ଏହି ଅବସ୍ଥାର ଏକ ସାଧାରଣ ଲକ୍ଷଣ ।

ପୁରୁଷମାନଙ୍କର ପ୍ରୋଷ୍ଟୋଟ ସମସ୍ୟା - ପୁରୁଷ ମାନଙ୍କ ଠାରେ ବାରମ୍ବାର ପରିସ୍ରା କରିବା ଅନେକ ପ୍ରଷ୍ଟୋଟ ସମସ୍ୟାର ଲକ୍ଷଣ ଦେଖାଦେଇଥାଏ । ଏଠି ମଧ୍ୟରେ ଅନ୍ତର୍ଭୁକ୍ତ: ବେନିନ ପ୍ରୋଷଟାଟିକ୍ ହାଇପରପ୍ଲାସିଆ, ଯାହା ଏକ ବର୍ଦ୍ଧିତ ପ୍ରୋଷ୍ଟେଟକୁ ସୁଚିତ କରେ । ପ୍ରୋଷ୍ଟଟାଇଟିସ,ଯାହା ଜୀବାଣୁ ସଂକ୍ରମଣ ,ପ୍ରୋଷ୍ଟେଟ କର୍କଟ କାରଣରୁପ୍ରୋଷ୍ଟେଟରପ୍ରଦାହକୁବୁଝାଇଥାଏ, ଯାହାଦ୍ଵାରା ପ୍ରୋଷ୍ଟର୍ କୋଷ ଗୁଡ଼ିକ ଅନିୟମିତ ଭାବେ ବଢି ଥାଏ।