ବାରବାଟୀ ଷ୍ଟାଡିୟମ ଯିବାର ଥିଲେ ସାଙ୍ଗରେ ନିଅନ୍ତୁ ନାହିଁ ଏହି ଜିନିଷ, ନହେଲେ କ୍ରିକେଟ ନିଶାରେ ହଇରାଣ ହୋଇଯିବେ

 
Barabati stadium

ବାରବାଟୀରେ ପହଞ୍ଚିଲା ଟିମ ଇଣ୍ଡିଆ । ଫ୍ୟାନ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ଉତ୍ସାହିତ ରହିଛନ୍ତି । ଟିମ ଇଣ୍ଡିଆର ନେଟ ଅଭ୍ୟାସ ଦେଖିବା ପାଇଁ ବାରବାଟୀରେ ଖଚାଖଚ୍ ଭିଡ । ଆସନ୍ତା କାଲି ବାରବାଟୀ ବ୍ୟାଟଲ । କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଫ୍ୟାନଙ୍କ ଭିଡ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ପାଇଁ ସଜାଗ ରହିଛି କମିଶନରେଟ ପୋଲିସ ।

ଯଦି ଷ୍ଟାଡିୟମ୍ ଯାଇ ଖେଳ ଦେଖିବାର ଅଛି ତାହେଲେ ଜାଣନ୍ତୁ ଏହି କଥା । ଏବେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଖେଳ ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ । ଖେଳାଳିମାନେ ଆସିବା ଠାରୁ ଆରମ୍ଭ କରି ହୋଟେଲରେ ରହିବା ଆଦି ସବୁ କଥାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଷ୍ଟାଡିୟମ୍ ଭିତରକୁ କଣ ସବୁ ନିଆଯିବ ଏହି ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦତ୍ତ ସିଂ । ଯଦି ଆପଣ କଟକ ଯାଇ ମ୍ୟାଚ୍ ଦେଖି ଆସିବେ ତାହେଲେ ଏହି କଥା ଜାଣି ରଖନ୍ତୁ ।

Stadium

ଆପଣ ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ନେଇ ଯାଇପାରିବେ ନାହିଁ ଆଉ ଯଦି ନେଇ କରି ଯିବେ ତାହେଲେ ଏହା ଆପଣଙ୍କୁ ବାହାରେ ଫୋପଡ଼ିବାକୁ ପଡ଼ିବ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ଉଭୟ ଟିମ୍ ଅବତରଣ କରିବେ । କଡା ସୁରକ୍ଷାର ସହିତ ଉଭୟ ଟିମକୁ ହୋଟେଲ ନିଆଯିବ । ପୋଲିସ କମିଶନର ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି । ହୋଟେଲରେ ମଧ୍ୟ ତାଙ୍କର ସୁରକ୍ଷା ପାଇଁ ପୋଲିସ ରହିବେ । ଶନିବାର ଦିନ ଏହି ମ୍ୟାଚ୍ ହେବ ବୋଲି ସୂଚନା ମିଳିଛି । 

ଶନିବାର ଦିନ ଏହି ଉଭୟ ଟିମ୍ କଟକ ଯାଇ ସେଠାରେ ଖେଳ ଅଭ୍ୟାସ କରିବେ । ଇଂଲଣ୍ଡ ଟିମ୍ ଖେଳାଳି ଅପରାହ୍ନ ୧ ଟା ରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ଆଉ ଭାରତୀୟ ଖେଳାଳି ସନ୍ଧ୍ୟା ୪ ରୁ ରାତି ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ । ଏବେ ଲୋକମାନଙ୍କ ଉତ୍କଣ୍ଠା ବଢ଼ି ଚାଲିଛି । ବାରବାଟୀ ଷ୍ଟାଡିୟମ୍ ଭିତରକୁ ଦର୍ଶକମାନେ କିଛି ବି ନେଇପାରିବେ ନାହିଁ ବୋଲି ସୂଚନା ମିଳିଛି । ରବିବାର ଦିନ ଦିନିକିଆ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ହେବ । ଏବେ ଏହି ଖବର ଆସିବା ପରେ ସମସ୍ତେ ବହୁତ ଖୁସି ଅଛନ୍ତି ।