ଗ୍ରାହକଙ୍କ ପାଇଁ କରୁଥିଲେ ଚା, ହଠାତ୍ ବାଜିଲା ଡିଜେ, ଅତ୍ୟାଧିକ ସାଉଣ୍ଡରେ ଯୋଗୁଁ ଟଳିପଡିଲେ ଚା ଦୋକାନୀ, ଜାଣନ୍ତୁ ପୁରା ଘଟଣା

 
Dj sound problem

ଡିଜେ ସାଉଣ୍ଡ ନେଇଗଲା ଜୀବନ। ସରସ୍ୱତୀ ପୂଜା ଭସାଣ ସମୟର ବିକଟାଳ ଡିଜେ ଶବ୍ଦ ଶୁଣି ଅସ୍ତବ୍ୟସ୍ତ ହୋଇଯାଇଥିଲେ ବ୍ୟକ୍ତି ଜଣକ। ହଠାତ ଦେହ ଖରାପ ହୋଇଯିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏଭରି ଏକ ସାମ୍ନାକୁ ଆସିଛି ରାଉରକେଲାରୁ। ଏସଆଇଟି ଛକରେ ସରସ୍ୱତୀ ପୂଜା ପ୍ରୋସେସନ ବେଳେ ଡିଜେ ସାଉଣ୍ଡ ବାଜୁଥିଲା। ଆଉ ସେହିପାଖରେ ଚା' ଦୋକାନୀ ପ୍ରେମନାଥ ବାରଭାୟା ଥିଲେ।

Dj

ହେଲେ ଡିଜେ ସାଉଣ୍ଡ ଶୁଣି ହଠାତ୍ ସେ ଅସୁସ୍ଥ ଅନୁଭବ କଲେ ଓ ଟଳିପଡ଼ିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡିଜେ ଗାଡ଼ିଟି ଭଦ୍ରକ ଅଂଚଳର ହୋଇଥିବା ବେଳେ ପୋଲିସ୍ ଏହି ଗାଡ଼ିକୁ ଜବତ କରିଛି। ରଘୁନାଥପାଲୀ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌ ପଠାଇଛି। ପ୍ରତିବାଦରେ ଏସ୍‌ଟିଆଇ ଓ ଏହାର ପାଖବସ୍ତିର ଶତାଧିକ ଲୋକ ରଘୁନାଥପାଲୀ ଥାନା‌ ଘେରାଉ କରିଥିଲେ। ଆୟୋଜକ ପୂଜାକମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦେବାକୁ ଦାବି କରିଥିଲେ।

ମିଳିଥିବା ସୂଚନାମୁତାବକ ଗତକାଲି ଏସ୍‌ଟିଆଇ ଛକସ୍ଥ ଗଣେଶ ମାର୍କେଟ ପକ୍ଷରୁ ସରସ୍ବତୀ ପୂଜା ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆୟୋଜକ କମିଟି ଭଦ୍ରକରୁ ଏକ ଡିଜେ ଭଡ଼ାରେ ଆଣିଥିଲେ। ରାତିରେ ଭଷାଣୀ ଉତ୍ସବ ଏସ୍‌ଟିଆଇ ଛକଦେଇ ବାହାରିଥିଲା। ଏସ୍‌ଟିଆଇ ଛକ ନିକଟରେ ଡିଜେର ବିକଟାଳ ଓ ବାଣଫୁଟା ଶବ୍ଦରେ ପ୍ରେମନାଥ ଗୁରୁତର ହୋଇପଡିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ଏହାରି ଭିତରଜ ପ୍ରଶ୍ନ ଉଠିଛି ଦେବାଦେବୀଙ୍କ ଭଷାଣି ଉତ୍ସବରେ ଡିଜେର ବିକଟାଳ ଶବ୍ଦ ସ୍ଥାନୀୟ ଲୋକଙ୍କ ଜୀବନ ପ୍ରତି ବିପଦ ଆଣୁଛି। ସ୍ଥାନୀୟ ଲୋକଙ୍କ ବିରୋଧ ଓ ଜିଲ୍ଲା ପ୍ରଶାସନର ତାଗିଦ ସତ୍ବେ ପୂଜାକମିଟିଗୁଡ଼ିକୁ ଏଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି କାହିଁକି। ପୋଲିସ କାହିଁକି ଏହା ଉପରେ ରୋକ୍ ଲଗାଉ ନାହିଁ ଏନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି।