ଦେବୀ ଦୁର୍ଗା ଓ ଲକ୍ଷ୍ମୀଙ୍କୁ ଅସମ୍ମାନ, ଏହି ଯୁବକଜଣକ ଦେବୀଙ୍କୁ ନେଇ ଲେଖିଛି ଏମିତି ଅଶ୍ଳୀଳ କଥା, ଜାଣନ୍ତୁ

 
ଦେବୀ ଦୁର୍ଗା ଓ ଲକ୍ଷ୍ମୀଙ୍କୁ ଅସମ୍ମାନ, ଏହି ଯୁବକଜଣକ ଦେବୀଙ୍କୁ ନେଇ ଲେଖିଛି ଏମିତି ଅଶ୍ଳୀଳ କଥା, ଜାଣନ୍ତୁ

ସୋସିଆଲ୍ ମିଡିଆରେ ହିନ୍ଦୁଦେବୀ ମା’ ଦୁର୍ଗାଙ୍କ ଚରିତ୍ରକୁ ନେଇ ଅଶାଳୀନ ଓ କଟୁ ମନ୍ତବ୍ୟ ଦେଇ ଜାତି ଆଣ ଦଙ୍ଗା ଉଦ୍ଦେଶ୍ୟରେ ଆପତ୍ତି ଜନକ ପୋଷ୍ଟ କରିଥିବା ଯୁବକ ଯେ କି କଟକ ଜିଲ୍ଲାର ରାଜ କୁମାର ମଲ୍ଲିକ ଯିଏ କି ଏକ ଦଳିତ ଜାତିର ଯୁବକ। ମା’ ଦୁର୍ଗା ଓ ମା’ ଲକ୍ଷ୍ମୀଙ୍କ ଚରିତ୍ର ସହ ଯୌନ ସୟୋଗ ଭଳି ଅତ୍ୟନ୍ତ ନିନ୍ଦନୀୟ ପୋଷ୍ଟ କରିଥିଲା ଏହି ଯୁବକ ଜଣକ। ତେବେ ଏହି ଯୁବକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ୍ ପୋଲିସ। ସଂପୃକ୍ତ ଯୁବକ ନାଁରେ କଟକର ଅନେକ ଥାନାରେ ଏତଲା ଦିଆଯାଇଥିବା ବେଳେ ସମସ୍ତ ଏତଲାକୁ ଆଧାର କରି ମାମଲା ରୁଜୁ ହୋଇଥିବା କଟକ ଡିସିପି ଟୁଇଟ ଯୋଗେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ରାଜ୍ ମଲିକ୍ ନାମକ ଏହି ଯୁବକ ନିଜ ଫେସବୁକରେ ମା ଦୁର୍ଗା ଓ ମା ଲକ୍ଷ୍ମୀଙ୍କୁ ନେଇ ଅତି ଅଶ୍ଲୀଳ ପୋଷ୍ଟ କରିଥିଲେ। ତାଙ୍କ ପୋଷ୍ଟ ସପକ୍ଷରେ ଓ ବିପକ୍ଷରେ ମନ୍ତବ୍ୟ ଦେବାକୁ ଯାଇ ଲୋକ ମଧ୍ୟ ଜାତିଗତ ଓ ଧର୍ମଗତ ବିଦ୍ବେଷ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛନ୍ତି। ତେଣୁ ପୋଲିସ ପୋଷ୍ଟ କରିଥିବା ବ୍ୟକ୍ତି ଓ ଖରାପ କଥା ଟିପ୍ପଣୀ ଦେଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ କ୍ୟାଣ୍ଟିନମେଣ୍ଟ ଥାନାରେ ଏହି ବ୍ୟକ୍ତିମାନଙ୍କ  ବିରୋଧରେ ଆଇ ପି ସିର ୧୫୩-କ,୨୯୨-କ,୨୯୫-କ,୫୦୫ଓ ୧୨୦-ଵି ଧାରା ଓ ୬୭ଆଇ ଟି ଆକ୍ଟରେ ମାମଲା ରୁଜୁ କରିଛି।