ଦେଖନ୍ତୁ ଭିଡ଼ିଓ: ଛାଡ଼ପତ୍ର ପାଇଁ ସୁମିତଙ୍କୁ ଟଙ୍କା ମାଗୁଥିଲେ ତପସ୍ୱିନୀ! ଟଙ୍କା ନଦେଲେ ସୁମିତଙ୍କ ପରିବାରକୁ ବର୍ବାଦ୍ କରିବାକୁ ଧମକ….

 
Family drama

ଦିନକୁ ଦିନ ସୁମିତ-ତପସ୍ୱିନୀ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ସହ ଏହାର ମୋଡ଼ ବଦଳିବାକୁ ଲାଗିଛି। କିଛିଦିନ ତଳେ ସ୍ୱାମୀ ସୁମିତ ତାଙ୍କୁ ଧୋକା ଦେଇ ଫେରାର ହୋଇଯାଇଥିବା ନେଇ ତପସ୍ୱିନୀ ଓରଫ ଡ଼ିମ୍ପଲ୍ ଅଭିଯୋଗ କରିଥିଲେ। କିନ୍ତୁ, ଏବେ ଆଉ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଡ଼ିମ୍ପଲ୍ ଛାଡ଼ପତ୍ର ଦେବା ପାଇଁ ୮ ଲକ୍ଷ ଟଙ୍କା ଦାବି କରୁଥିବା ଦେଖିବାକୁ ମିଳିଛି।

Tapaswini

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଡ଼ିମ୍ପଲ୍ ଫୋନରେ କାହା ସହ ଚାଟ୍ କରୁଥିବା ବେଳେ ସ୍ୱାମୀ ସୁମିତଙ୍କୁ ଛାଡ଼ପତ୍ର ପାଇଁ ୮ ଲକ୍ଷ ଟଙ୍କା ମାଗୁଥିବା ଜଣାପଡିଛି। ୮ ଲକ୍ଷ ଟଙ୍କା ଦେଇଦେଲେ ସେ ସୁମିତଙ୍କ ଜୀବନରୁ ଦୂରେଇ ଯିବେ ଏବଂ କୌଣସି ସମ୍ପର୍କ ରଖିବେ ନାହିଁ ବୋଲି ଡ଼ିମ୍ପଲ୍ ସଫା ସଫା କହୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଟଙ୍କା ନଦେଲେ ତାଙ୍କ ପରିବାରକୁ ବରବାଦ କରିଦେବେ ବୋଲି ଡ଼ିମ୍ପଲ୍ ଧମକ ଦେଉଥିବା ଏହି ଭିଡ଼ିଓରୁ ସ୍ପଷ୍ଟ ହେଉଛି।

Sumit tapaswini

ଅନ୍ୟପକ୍ଷରେ ଏହି ଭିଡ଼ିଓକୁ ନେଇ ମୁହଁ ଖୋଲିଛନ୍ତି ଡ଼ିମ୍ପଲ୍। ତାଙ୍କ କହିବା ମୁତାବକ ବିବାହ ସମୟରେ ତାଙ୍କ ବାପା ସୁମିତଙ୍କୁ ୮ ଲକ୍ଷ ଟଙ୍କା ଦେଇଥିଲେ। ଡ଼ିମ୍ପଲଙ୍କ ପଢା ଖର୍ଚ୍ଚ ପାଇଁ ଏହି ଟଙ୍କା ଦିଆଯାଇଥିବା ବେଳେ କିନ୍ତୁ ସୁମିତ ତାଙ୍କୁ ଆଗକୁ ପଢିବାକୁ ଦେଇନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଡ଼ିମ୍ପଲଙ୍କ ସହ ଚାଟ୍ କରୁଥିବା ସଞ୍ଚିତ୍ ବାରିକ ନାମକ ଯୁବକ କିଏ ଏବଂ ତାଙ୍କ ସହ ଡ଼ିମ୍ପଲଙ୍କର କଣ ସମ୍ପର୍କ ରହିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିସହିତ ଭିଡ଼ିଓଟି କେଉଁ ସମୟର ଏବଂ ଏହାକୁ କେଉଁଠାରେ ରେକର୍ଡ଼ କରାଯାଇଛି ତାହା ସ୍ପଷ୍ଟ ହୋଇପାରିନାହିଁ।