ପାଣ୍ଡିଆନଙ୍କୁ ଭେଟିବେ ଦୀପିକା, ଅସଜଡା ଘର ସଜାଡି ହେବ! କଣ ରହିବ ପାଣ୍ଡିଆନ୍ ପଦକ୍ଷେପ? ଜାଣନ୍ତୁ ପୁରା ଖବର

 
Pandian

ଦୀପିକାଙ୍କର ଲଢେଇ ସହିତ ତ ଆପଣ ମାନେ ବେଶ୍ ପରିଚିତ। ନିଜକୁ ଦିନେଶଙ୍କ ପତ୍ନୀ ଓ ନିଜ ପୁଅକୁ ପିତାଙ୍କର ପରିଚୟ ଦେବାରେ ଦୀର୍ଘ ୨ ବର୍ଷ ହେଲା ଧାରଣା ଜାରି ରଖିଛନ୍ତି ସେ। ଅନେକ ଥର ତାଙ୍କ ଭିଡ଼ିଓ ଆସିଛି ଆଖି ସାମ୍ନାକୁ। ଆପଣ ମାନେ ବି ଶୁଣିଛନ୍ତି ତାଙ୍କ ବୟାନ ଏବଂ ଦେଖିଛନ୍ତି ତାଙ୍କ ସଂଘର୍ଷ।

କିଛି ଦିନ ତଳେ ଦୀପିକା ଆସିଥିଲେ ଦୀନେଶଙ୍କ ଘରକୁ, ଯାହାଫଳରେ ତାଙ୍କୁ ସେଠାରେ ଲଙ୍କାପାଣି ମାଡ ମଧ୍ୟ କରାଯାଇଥିଲା ବୋଲି ଅଭିଯୋଗ କରିଥିଲେ ସେ।

ଦୀପିକା

ସେତେବେଳେ ତାଙ୍କ ହାତରେ ନ ଥିଲା ପ୍ରମାଣ, ହେଲେ ପ୍ରମାଣ ଏବେ ସ୍ପଷ୍ଟ ଅଛି ତାଙ୍କ ହାତରେ DNA ରିପୋର୍ଟ। କିନ୍ତୁ ଏ ନେଇ ପ୍ରଶାସନ ଚୁପ୍ ରହିଛି। ହାଇକୋର୍ଟ ତରଫରୁ କୌଣସି ନିଷ୍ପତ୍ତି ଆସି ନାହିଁ। ଏଥି ମଧ୍ୟରେ ଦୀପିକାଙ୍କ ବୟାନ ଅନୁସାରେ ସେ ଥକି ଗଲେଣି। ବାରମ୍ବାର ଏଠାକୁ ସେଠାକୁ ଦୌଡ଼ି ଦୌଡ଼ି ନିରାଶ ହୋଇଗଲେଣି ସେ। ପ୍ରମାଣ ଥାଇ ମଧ୍ୟ ସମସ୍ତେ କାହିଁକି କରୁଛନ୍ତି ଅଣଦେଖା ସେ ବୁଝି ପାରୁନାହାନ୍ତି।

ତଥାପି ସେ ମାନି ନାହାଁନ୍ତି ହାର, ଏବେ ତାଙ୍କର ଏକ ମାତ୍ର ଭରଷା ରହିଛି ଓଡ଼ିଶା 5t ସଚିବ VK ପାଣ୍ଡିୟାନଙ୍କ ଉପରେ।ସେ ଏ ନେଇ ଗଞ୍ଜାମ ଏସପି ଙ୍କୁ ଜଣାଇଥିବା ବେଳେ ଏସପି ଦୀପିକାଙ୍କୁ କଲେକ୍ଟର ଓ ସବ୍ କଲେକ୍ଟରଙ୍କୁ ଲିଖିତ ଅଭିଯୋଗ ଦେବା ପାଇଁ କହିଛନ୍ତି। ଦୀପିକା ଏବେ ଦୃଢ଼ ପ୍ରତିଜ୍ଞ। ଯାହା ହେଲେ ବି ସେ ପାଣ୍ଡିୟାନଙ୍କୁ ଭେଟିବେ ଏବଂ ନିଜର ଅଭିଯୋଗ ଉପସ୍ଥାପନ କରିବେ ବୋଲି ରଖିଛନ୍ତି ଆଶା।

Pandian

ଆଗାମୀ ୨୫ ଅଗଷ୍ଟରେ ପାଣ୍ଡିୟାନଙ୍କ ଗଞ୍ଜାମ ଯାତ୍ରାକୁ ନେଇ ଆଶାବାଦୀ ଅଛନ୍ତି ଦୀପିକା। ସେଠାରେ ସେ ଅନ୍ୟ ମହିଳାଙ୍କ ସହ ମିଶି ଶାନ୍ତି ପୂର୍ଣ୍ଣରେ ନିଜ ଦୁଃଖ ଉପସ୍ଥାପନା କରିବାକୁ ରଖିଛନ୍ତି ଯୋଜନା।ସେ କହିଛନ୍ତି ଯଦି ପାଣ୍ଡିୟାନ ମୋ ଦୁଃଖ ଶୁଣନ୍ତି ତେବେ ମୁ ଭାବି ନେବି ଯେ ପାଣ୍ଡିୟାନ୍ ପ୍ରକୃତରେ ନାରିମାନଙ୍କ ସୁରକ୍ଷା ନିମନ୍ତେ ମିଶନ ଶକ୍ତି ପାଇଁ କାମ କରୁଛନ୍ତି। ନଚେତ୍ ଏହା ଏକ ମିଛ ପ୍ରହସନ ବୋଲି ଭାବି ନେବି।