ଘଟିଲା ଆଶ୍ଚର୍ଯ୍ୟକର ଘଟଣା, ମୃତ୍ୟୁର ୧୧ ଦିନ ପରେ କବର ତଳୁ ଜିଇଁ ଉଠିଲେ ମୃତ ମହିଳା, ଆଉ ତାପରେ...

 
Mahila

କୁହାଯାଏ ଏ ଦୁନିଆରେ ଯଦି କିଛି ଚିରନ୍ତନ ସତ୍ୟ ଥାଏ ତେବେ ତାହା ହେଉଛି ମୃତ୍ୟୁ।ମହି ମଣ୍ଡଳେ ଦେହ ଧରି ଦେବତା ହେଲେବି ମରଇ। ହେଲେ ବ୍ରାଜିଲ ରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ମୃତ୍ୟୁବି ହାର ମାନିଛି ବ୍ରାଜିଲର ଏ ମହିଳାଙ୍କ ପାଖରେ।

ସୂତ୍ରରୁ ଜଣା ପଡ଼ିଛି ମହିଳା ଜଣଙ୍କ ନାମ ହେଉଛି ରୋଜାନେଲା। ବୟସ ୩୭ ବର୍ଷ। ଆଜ୍ଞା ହଁ ଘଟଣା ଅନୁସାରେ କୌଣସି କାରଣ ବଶତଃ  ତାଙ୍କ ମୃତ୍ୟୁ ଘଟିଥିଲା।ସେ ଏକ ଖ୍ରୀଷ୍ଟିଆନ ହୋଇଥିବା ହେତୁ ଖ୍ରୀଷ୍ଟିଆନ ପରମ୍ପରା ଅନୁସାରେ ତାଙ୍କୁ କବର ଦିଆଯାଇଥିଲା। ମୃତ୍ୟୁ ପୂର୍ବ ଓ ପରର ସମସ୍ତ କର୍ମ ମଧ୍ୟ ହୋଇଥିଲା।

nnbn

ମାତ୍ର ସ୍ଥାନୀୟ ଲୋକ ମାନେ କବର୍ ଭିତରୁ କିଛି ଶବ୍ଦ ଶୁଣିବାକୁ ପାଇଥିଲେ ଯାହାଫଳରେ ସେମାନେ ମହିଳାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ଘର ଲୋକେ ଖବର ପାଇବା ମାତ୍ରେ ପହଂଚି ଥିଲେ କବର ପାଖରେ। ଆଶ୍ଚର୍ଯ୍ୟ ତ ସେତବେଳେ ଲାଗିଲା ଯେତେବେଳେ ସେମାନେ ରୋଜାନେଲାଙ୍କୁ କବର ମଧ୍ୟ ରୁ ଜୀବିତ ପାଇଲେ। କୁହଯାଉଛି କବର ଦେବାବେଳେ ସେ ମରି ନଥିଲେ ବରଂ ଚେତା ଶୂନ୍ୟ ହୋଇଯାଇଥିଲେ।

Mahila

ଏ ସବୁ ମୃତ୍ୟୁ ର ୧୧ ଦିନ ପର କଥା। କବର ରୁ ଆଣିବା ପରେ ତାଙ୍କ ଦେହରେ ଅନେକ କ୍ଷତ ବିକ୍ଷତ ରହିଛି। କୁହାଯାଉଛି ସେ କବର ମଧ୍ୟରୁ ବାହାରକୁ ଆସିବାକୁ ଚେଷ୍ଟା କରୁଥିବା ସମୟରେ  ଏହି କ୍ଷତ ସବୁ ହୋଇଛି । ପରେ ଘର ଲୋକ ତାଙ୍କୁ ବିଳମ୍ବ ନ କରି ନେଇଯାଇଥିଲେ ହସ୍ପିଟାଲ। ଯେଉଁଠାରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଯାଞ୍ଚ କରି ମୃତ ବୋଲି ଘୋଷଣା କରିଥିଲେ।