ଦେଖନ୍ତୁ ଭିଡିଓ: ଝିଅ କଲେଜ ଯାଇଥିଲା, ହଠାତ କଲେଜରେ କଣ ହେଲା ଯେ କଲେଜରୁ ଫେରିଲା ଆଉ ଏମିତି କଲା..

 
Jubati mruta

​​​​​​ଆଉ ଏକ ଅଭାବନୀୟ ଘଟଣା ଆସିଛି ଆଖି ଆଗକୁ। ବାପା,ମା ଦୁହେଁ ବିଲକୁ ଚାଷ କାର୍ଯ୍ୟରେ ଯାଇଥିବା ବେଳେ ଝିଅ ତାଙ୍କ ହାରିଦେଇଛି ଜୀବନ। ବାପା , ମାଆଙ୍କର ଥିଲା ଅନେକ ସ୍ଵପ୍ନ।ନିଜ ଜୀବନ ସିନା ଦୁଃଖ କଷ୍ଟରେ ଗଲା ହେଲେ ତାଙ୍କ ଝିଅ ଜୀବନ ସୁଖ ହେଉ ସେଇ ଆଶା ନେଇ ପାଠ ପଢ଼ାଉଥିଲେ ଝିଅକୁ। ହେଲେ କଣ ହେଲା କେଜାଣି ଝିଅ ତାର କିଛି ଅସୁବିଧା ନ ଜଣାଇ ହାରିଦେଲା ଜୀବନ।

vv

ଘଟଣାଟି ଗଞ୍ଜାମ ଜିଲ୍ଲାର ତାରାସିଂହ ଥାନା ଅନ୍ତର୍ଗତ ତିରିଗୋଛା ଗାଁର।ମୃତ ଝିଅଟିର ନାଁ ଉଷା। ଉଷା ଜଗନ୍ନାଥ ପ୍ରସାଦ କଲେଜର +୨, କଳାର ଛାତ୍ରୀ ଥିଲେ। ହେଲେ କାହିଁକି କେଜାଣି କଲେଜରୁ ଆସିବା ପରେ ଗୁମ୍ ହୋଇ ରହୁଥିଲା। ମା ପଚାରିବାରୁ କିଛି କହିଲା ନାହିଁ। ତା ପରେ ବାପା, ମା ଦୁହେଁ ଚାଲିଯାଇଥିଲେ ବିଲକୁ। ଫେରି ଆସି ଦେଖିବା ବେଳକୁ  ଝିଅ ଉଷା ଚଟାଣ ଉପରେ ପଡ଼ିଛି ,କଣ ଗୋଟେ ପିଇ ଦେଇଛି।

ସଙ୍ଗେ ସଙ୍ଗେ ବିଳମ୍ବ ନ କରି  ଉଷାକୁ ପଡା ପଡୋଶୀ ମିଶି ନେଇଯାଇଥିଲେ ଭଞ୍ଜପୁର ଡାକ୍ତରଖାନା।ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ମା, ବାପାଙ୍କ ଉପରେ ଯେପରି ଖସିପଡ଼ିଲା ଆକାଶ।ସାରା ଗାଆଁରେ ଶୋକର ଛାୟା।

ହେଲେ ଏତେ କମ୍ ବୟସର ଉଷା କାହିଁକି ନେଲା ଏପରି ନିଷ୍ପତ୍ତି।କଣ ହୋଇଥିଲା କଲେଜରେ,ଯାହା ଉଷାକୁ ଏପରି ଚରମ ନିଷ୍ପତ୍ତିରେ ପହଞ୍ଚାଇଥିଲା।ଏସବୁ ପ୍ରଶ୍ନର ଉତ୍ତର ନାହିଁ କାହା ପାଖରେ । ଘଟଣାଟି ଏବେ ପୋଲିସ ପରିଶରଭୁକ୍ତ।ପୋଲିସ ଏ ନେଇ ଆରମ୍ଭ କରି ଦେଇଛି ତଦନ୍ତ।