କ୍ଷତ ଭରିଦେଲା ବାତ୍ୟା ୟସ୍, ଘର ଭାଙ୍ଗି ଲୋକଙ୍କୁ କରିଦେଲା ବାସହରା, କ୍ଲିକ କରି ଦେଖନ୍ତୁ ବାତ୍ୟା ତାଣ୍ଡବର ଫଟୋ

 
Cyclone

ବାତ୍ୟା ୟସ୍ ଓଡ଼ିଶାରେ ଯେତିକି ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା ସେତିକି ହୋଇନଥିଲା। ବାତ୍ୟା ଲ୍ୟାଣ୍ଡ ଫଲ୍ ପୂର୍ବରୁ ଦୁର୍ବଳ ହୋଇଯାଇଥିଲା। ହେଲେବି ବାତ୍ୟା ଅନେକ ସ୍ଥାନରେ କ୍ଷୟକ୍ଷତି ଘଟାଇଛି। ଜଳ ମଗ୍ନରେ ଅନେକ ଗାଁ ର ଲୋକମାନେ। କେଉଁଠି ଗଛ ଭାଙ୍ଗିଲା ତ’ କେଉଁଠି ବିଦ୍ୟୁତ୍‌ ଖୁଣ୍ଟିକୁ ତଳେ ସୁଆଇଦେଲା। ଆଉ କେଉଁଠି କାରକୁ ପାଣିରେ ଭସେଇଲା ଓ ଘର ଗୁଡିକୁ ପାଣିରେ ବୁଡ଼ାଇଦେଲା। ବାତ୍ୟାରେ ୩ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି। ତେବେ ଆସନ୍ତୁ ଦେଖିବା ବାତ୍ୟାର କ୍ଷୟକ୍ଷତିର କିଛି ଦୃଶ୍ୟ-

ବାତ୍ୟା ୟାସ୍‌ ବାରମ୍ବାର ଦିଗ ବଦଳାଇଥିଲା। ପାଣିପାଗ ବିଭାଗର ପ୍ରାଥମିକ ଆକଳନରେ ଭଦ୍ରକ ଜିଲ୍ଲା ଧାମରାରୁ ବାସୁଦେବପୁର ଅଞ୍ଚଳରେ ଲ୍ୟାଣ୍ଡଫଲ କରିଥାନ୍ତା ବାତ୍ୟା ୟାସ୍‌। କିନ୍ତୁ ପୁଣି ଦିଗ ବଦଳାଇ ଭଦ୍ରକ ଜିଲ୍ଲାରେ ସିନା ଲ୍ୟାଣ୍ଡଫଲ କରିଲା ନାହିଁ  କିନ୍ତୁ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ପ୍ରଭୁତ କ୍ଷୟକ୍ଷତି କରିଛି। ଧାମରା , ଚାନ୍ଦବାଲି , ବାସୁଦେବପୁର ଓ ତିହିଡି ବ୍ଲକରେ ଅଧିକ କ୍ଷତିର ସୂଚନା ମିଳିଛି।