ମାଡ଼ି ଆସୁଛି ବାତ୍ୟା, ବଙ୍ଗୋପସାଗର ର ଘୂର୍ଣ୍ଣିବଳୟ ନେବ ବାତ୍ୟା ର ରୂପ, ଜାଣନ୍ତୁ ଓଡିଶା ଉପରେ କଣ ରହିବ ଏହାର ପ୍ରଭାବ

 
ମାଡ଼ି ଆସୁଛି ବାତ୍ୟା, ବଙ୍ଗୋପସାଗର ର ଘୂର୍ଣ୍ଣିବଳୟ ନେବ ବାତ୍ୟା ର ରୂପ, ଜାଣନ୍ତୁ ଓଡିଶା ଉପରେ କଣ ରହିବ ଏହାର ପ୍ରଭାବ

ଓଡ଼ିଶା କୁ ମାଡ଼ି ଆସୁଛି ଆଉ ଏକ ବଡ଼ ବିପଦ। ପୁଣି ମେ ମାସରେ ଓଡିଶା ଆଡକୁ ମାଡ଼ି ଆସୁଛି ବାତ୍ୟା। ପାଣିପାଗ ବିଶେଷଜ୍ଞ ମାନଙ୍କ ମତରେ ମେ ଦ୍ୱିତୀୟ ସପ୍ତାହ ବେଳକୁ ଦକ୍ଷିଣ ବଙ୍ଗୋପସାଗର ରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଯଦି ଏପରି ହୁଏ ତେବେ ଏହି ଘୁର୍ଣ୍ଣିବଳୟ କ୍ରମେ ଏକ ଝଡ଼ ବାତ୍ୟା ର ରୂପ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ। ତେବେ କେତେକ ବିଶେଷଜ୍ଞ ମାନଙ୍କ ମତରେ ଏହି ଘୁର୍ଣ୍ଣିବଳୟ ଓଡ଼ିଶା ଆଡକୁ ନ ଯାଇ ବିହାର ଓ ଝାଡ଼ଖଣ୍ଡ ଆଡକୁ ମୁହାଁଇବାର ମଧ୍ୟ ସମ୍ଭାବନା ରହିଛି। ତେବେ ଏଥିସହିତ ଏହି ସପ୍ତାହରେ ଅଣ୍ଡାମାନ ନିକୋବର ପାଖରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ମିଆଁମାର ଆଡକୁ ମୁହାଁଇବ ବୋଲି ମଧ୍ୟ ଆକଳନ କରାଯାଇଛି।

ତେବେ ଏହି ଝଡ଼ ଓଡିଶା ଆଡକୁ ମୁହାଁଇବ କି ନାହିଁ ଏ ବିଷୟରେ ଏବେ ଠାରୁ ସଠିକ ଭାବରେ କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଗରୁ ମଧ୍ୟ ଓଡ଼ିଶା ରେ ମେ' ମାସରେ ବାତ୍ୟା ଏବଂ ଝଡ଼ ତୋଫାନ ହେବାର ନଜ଼ୀର୍ ରହି ଆସିଛି।

୨୦୨୦ ମେ ମାସରେ  ଅମ୍ଫାନ ବାତ୍ୟା ଆସିଥିଲା ବେଳେ ତାପୂର୍ବରୁ ୨୦୧୯ରେ ମଧ୍ୟ ମେ ମାସରେ ଫନି ବାତ୍ୟା ଓଡିଶା ଉପକୂଳ ବର୍ତ୍ତି ଅଞ୍ଚଳ ରେ ତାଣ୍ଡବ ରଚିଥିଲା। ମେ' ଜୁନ୍ ମାସରେ ଆଗରୁ ମଧ୍ୟ ଏହିପରି ବାତ୍ୟା ଓଡ଼ିଶାରେ ହୋଇ ସାରିଥିବାରୁ ଲୋକଙ୍କ ମନରେ ଏହା ପ୍ରତି ଭୟ ସଂଚାର ହୋଇଛି।