ସରିନି ବାତ୍ୟା ଭୟ, ପୁଣି ନଭେମ୍ବର ମାସରେ ଆସୁଛି ଆଉ ଏକ ବାତ୍ୟା, ଏହି ସ୍ଥାନରେ ହେବ ମାଡ଼
ସତ ହେଉଛି ଓଡ଼ିଆ ପଞ୍ଜିକା ଗଣନା । ପାଣିପାଗ ବିଭାଗ ଯାହା ଏବେ ଆକଳନ କରିଛି , ତାହା ଗତ ଏପ୍ରିଲ ମାସ ମହାବିଷୁବ ସଂକ୍ରାନ୍ତି ଠାରୁ ପଞ୍ଜିକା ଚଳନ ହେବା ପୂର୍ବରୁ ଆକଳନ କରି ସାରିଛନ୍ତି ଜ୍ୟୋତିର୍ବିଦ । ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାରେ ମଧ୍ୟ ଅନୁରୂପ ପୂର୍ବାନୁମାନ ରହିଛି । ଖଡୀରତ୍ନ ପଞ୍ଜିକାର ୧୯୬ ନଂ ପୃଷ୍ଠାରେ ତୁଳା ମାସର ଆରମ୍ଭରେ ଗଣନା ମୁତାବକ ପାଣିପାଗର ପୂର୍ବାନୁମାନ ସ୍ପଷ୍ଟ ଭାବେ ଲେଖାଯାଇଛି ।
ଅକ୍ଟୋବର ମାସରେ ବାତ୍ୟା ନେଇ ପଞ୍ଜିକାରେ ପୂର୍ବରୁ ଉଲ୍ଲେଖ ରହିଛି। ଚଳିତ ବର୍ଷ ଅକ୍ଟୋବର ୧୭ ରୁ ୨୩ ଓ ୨୬ରୁ ୩୦ ତାରିଖ ମଧ୍ୟରେ ବାତ୍ୟା ହେବା ନେଇ ପଞ୍ଜିକାରେ ଗଣନା ହୋଇଥିଲା। ରାଜ୍ୟର ଉପକୂଳ ଜିଲା ତଥା ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ନୟାଗଡ଼, କାକଟପୁର, ନିଆଳି ପ୍ରଭୁତି ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପୁନଶ୍ଚ ସାମୁଦ୍ରିକ ଝଡ ମହାବାତ୍ୟା ଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ସେହିପରି ଆସନ୍ତା ନଭେମ୍ବରରେ ଆଉ ଏକ ବଡ଼ ଧରଣର ବାତ୍ୟା ହେବା ନେଇ ପାଂଜିରେ ଉଲ୍ଲେଖ ରହିଛି । ନଭେମ୍ବର ୫ ରୁ ୯ ତାରିଖ ଏବଂ ୧୧ରୁ ୧୫ ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ, ଲଘୁଚାପ, ଜୁଆର ଓ ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବ ବୋଲି ପଞ୍ଜିକାରେ ଆକଳନ କରାଯାଇଛି।
ଏବେ ଏହି ନିକଟରେ ବାତ୍ୟାର ପ୍ରଭାବ ଏତେ ନଥିବାରୁ ଓଡ଼ିଶାବାସୀ ବର୍ତ୍ତି ଯାଇଥିଲେ । ଓଡ଼ିଶାବାସୀଙ୍କର ବିଶେଷ କିଛି କ୍ଷତି ହୋଇନାହିଁ । ଏହା ପୂର୍ବରୁ ଅନେକ ବାତ୍ୟାର ସାମ୍ନା କରିଛନ୍ତି ଓଡ଼ିଶାବାସୀ । ଆଉ ଓଡ଼ିଶାବାସୀ ଅନେକ ବାତ୍ୟାର ସାମ୍ନା କରିବା ସହ ଅନେକ କିଛି ଦୁଃଖ କଷ୍ଟ ସହିଛନ୍ତି । ଏବେ ନିକଟରେ ଆସିଥିଲା ବାତ୍ୟା ଦାନା । ଏହା ପୂର୍ବରୁ ଓଡ଼ିଶାବାସୀ ୧୯୯୯ ମସିହାର ମହାବାତ୍ୟା । ବାତ୍ୟା ତିତଲି, ହୁଡହୁଡ ଏଭଳି ଅନେକ ବାତ୍ୟାର ସମ୍ମୁଖୀନ ହୋଇଛନ୍ତି ।
ଏବେ ଏହି ଶୁକ୍ରବାର ଦିନ ବାତ୍ୟା ଦାନା ଆସିଥିଲା । ଏହା ଶୁକ୍ରବାର ଦିନ ଓଡ଼ିଶା ଉପକୂଳ ଅତିକ୍ରମ କରିଯାଇଛି । ଏହାର ବେଗ ଅଧିକ ନଥିବାରୁ ରାଜ୍ୟବାସୀ ଏହାର ପ୍ରଭାବରୁ ବଞ୍ଚିତ ହୋଇଗଲେ ଆଉ ତାଙ୍କର କିଛି ହୋଇନାହିଁ । କିନ୍ତୁ ଏବେ ମଧ୍ୟ ଓଡ଼ିଶା ଉପରୁ ବାତ୍ୟାର ଭୟ ଟଳି ନାହିଁ । ଏବେ ଚାଇନା ସାଗର ଉପକୂଳରେ ଆଉ ଏକ ବାତ୍ୟାର ସମ୍ଭାବନା ରହିଛି । ଆସନ୍ତା ନଭେମ୍ବର ମାସ ପ୍ରଥମ ସପ୍ତାହରେ ଏହା ଏକ ଭୟଙ୍କର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଶଙ୍କା କରାଯାଉଛି ।
ଅନେକ ଆନ୍ତର୍ଜାତିକ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ନଭେମ୍ବର ମାସ ୬ କିମ୍ବା ୭ ତାରିଖ ବେଳକୁ ଚାଇନା ସାଗରରେ ଏକ ଘୂର୍ଣ୍ଣିବଳୟ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ । ଏହା ଓଡ଼ିଶା କିମ୍ବା ତାମିଲନାଡୁ ଉପକୂଳ ଆଡକୁ ଗତି କରିପାରେ । ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏହି ବାତ୍ୟା ଅନେକ ସମୟ ଥିବାରୁ ଏବେ ଠାରୁ ବାତ୍ୟାକୁ ନେଇ କିଛି ଆକଳନ କରାଯାଇପାରିବ ନାହିଁ । ପାଣିପାଗ ବିଶେଷଜ୍ଞ କହିଛନ୍ତି ଆସନ୍ତା ୩୦ କିମ୍ବା ୩୧ ତାରିଖ ବେଳକୁ ଏନେଇ କିଛି ସୂଚନା ମିଳିପାରେ ।