ଦେଖନ୍ତୁ ଭିଡିଓ: ଓଡ଼ିଶାରେ ନିର୍ବାଚନ, ବିମାନରେ ଭୁବନେଶ୍ୱରକୁ ଆସୁଥିଲା ବିଡ଼ା ବିଡ଼ା ନୋଟ, ଅଧା ରାସ୍ତାରେ ଏମିତି ହେଲା...

 
Tanka

ନିର୍ବାଚନ ପାଇଁ ଟଙ୍କା ହେରା ଫେରି ! ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇ ସାରିଥିବା ପରେ ମଧ୍ୟ ବିମାନରେ ହେଉଛି କୋଟି କୋଟି ଟଙ୍କା କାରବାର । କେଉଁଠୁ ଆସିଲା ଏ ଟଙ୍କା ? ଏତେ ଟଙ୍କା ବିମାନରେ କିଏ କାହା ପାଖକୁ ନେଉଥିଲା ? ଏହା ଭିତରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ବିମାନ ବନ୍ଦରରେ ଏତେ ପଇସା ଆଣିଥିବା ଲୋକଙ୍କୁ ଏଣ୍ଟ୍ରି ମିଳିଲା କେମିତି ?

ଜାଣନ୍ତୁ ସମ୍ପୂର୍ଣ ଘଟଣା......

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସୂଚନା ଅନୁସାରେ ମାଲକାନଗିରି ରୁ ଭୁବନେଶ୍ୱର୍ ବିମାନ ଯାଉଥିବା ବେଳେ ଜୟପୁର ଠାରେ ସେହି ବିମାନ ରୁ ଜଣେ ବ୍ୟକ୍ତିଙ୍କୁ ଧରିଥିଲା ଫ୍ଲାଇଙ୍ଗ ସ୍କ୍ୱାଡ୍ । ସେହି ବ୍ୟକ୍ତି ଜଣଙ୍କ ନାଆଁ ହେଉଛି ଡକ୍ଟର ଜ୍ୟୋତିଷ ମନୋଜ ଲେଙ୍କା । ସେ ଏକ ଟଙ୍କା ଭର୍ତ୍ତି ବ୍ୟାଗ୍ ନିଜ ସହିତ ନେଉଥିଲେ ।

R
ସେହି ବ୍ୟାଗ୍ ରେ ପାଖା ପାଖି ନଅ ଲକ୍ଷ ଟଙ୍କା ରହିଥିଲା । 
ତେବେ ସେ ବ୍ୟକ୍ତି ଜଣଙ୍କ ଏହି ପଇସା କେଉଁଠାରୁ ଆଣିଲେ ଓ କେଉଁଥି ପାଇଁ ସେ ଏତେ ପଇସା ନେଉଛନ୍ତି ଏହାର ସଠିକ୍ ଉତ୍ତର ଦେଇ ପାରି ନ ଥିଲେ ।
ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଇଲେକ୍ସନ କମିଶନରଙ୍କ ଦ୍ଵାରା ଆଚରଣ ବିଧି ଲାଗୁ ହେବା ପରେ ନିୟମ ଅନୁସାରେ କୌଣସି ବ୍ୟକ୍ତି ନିଜ ସହିତ ପଚାଶ ହଜାର ଟଙ୍କାରୁ ଅଧିକ କ୍ୟାସ ରୂପରେ ନିଜ ସହିତ ବହନ କରିପାରିବେ ନାହିଁ । ତେବେ ଯେଉଁମାନେ ଏପରି କରୁଥିବେ ସେମାନଙ୍କୁ ଉଚିତ୍ କାରଣ ଦର୍ଶାଇବାକୁ ପଡ଼ିବ । 
ଜଣା ପଡ଼ିଛି ଯେ ସେ ବ୍ୟକ୍ତି ଜଣଙ୍କ ଜଣେ ବ୍ୟବସାୟୀଙ୍କ ଠାରୁ ଏହି ପଇସା ଆଣିଛନ୍ତି । ମାତ୍ର ସେ ଯେ ପର୍ଯ୍ୟନ୍ତ ଏହାର ଉଚିତ୍ କାରଣ ଦର୍ଶାଇପାରି ନାହାନ୍ତି ସେପର୍ଯ୍ୟନ୍ତ ଏ ପଇସା ସେହି ବ୍ୟକ୍ତି ଜଣଙ୍କ ନେଇ ପାରିବେ ନାହିଁ ।