‘ମୋ ଅଭିଷେକ ନିଶ୍ଚିତ ଭଲ ହୋଇଯିବେ’, ପ୍ରଥମ ସାବିତ୍ରୀ ବ୍ରତ ପୂଜା ବେଳେ କାନ୍ଦି କାନ୍ଦି କଣ କହିଲେ ସ୍ତ୍ରୀ, ଦେଖନ୍ତୁ ଭିଡ଼ିଓ

 
Abhishek mousmi

ଗତ ମେ ମାସ ୫ ତାରିଖରେ ହୋଇଥିଲା ବାହାଘର। ସୁଖଃର ସଂସାର ଗଢ଼ିବା ପାଇଁ କେତେ ଆଶା ନେଇ ଶାଶୂଘର ଆସିଥିଲେ ମୌସୁମୀ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା ଯେଉଁଥିପାଇଁ ବିବାହର ପ୍ରଥମ ସାବିତ୍ରୀ ବ୍ରତରେ ନିଜ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି ମୌସୁମୀ।

ଗତ ମେ ମାସରେ ଅଭିଷେକ ମହାପାତ୍ରଙ୍କୁ ବିବାହ କରିଥିଲେ ମୌସୁମୀ। କିନ୍ତୁ ବିବାହର ମାତ୍ର କିଛି ଦିନ ଭିତରେ ଅଭିଷେକଙ୍କ ଠାରେ ଦେଖାଦେଇଥିଲା କରୋନାର ଲକ୍ଷଣ। ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିନଥିଲା। ଫଳରେ ତାଙ୍କର (ECMO) ଚିକିତ୍ସା କରାଇବାକୁ ଅଣ୍ଟା ଭିଡିଥିଲେ ପରିବାର ଲୋକେ। 

କିନ୍ତୁ ECMO ପାଇଁ ତାଙ୍କୁ କୋଲକାତା ଏୟାରଲିପ୍ଟ କରିବା ଏବଂ ଚିକିତ୍ସା ବାବଦକୁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହେବ ତେଣୁ ସାଧାରଣ ଲୋକଙ୍କୁ ସହାୟତା ମାଗିଥିଲେ ଅଭିଷେକଙ୍କ ପରିବାରବର୍ଗ। ଏହାପରେ ବହୁତ ଲୋକେ ଅଭିଷେକଙ୍କୁ ଆର୍ଥିକ ସହାୟତା କରିବା ପାଇଁ ଆଗେଇ ଆସିଥିଲେ ଏବଂ ଶେଷରେ ମେ ୮ ତାରିଖରେ ତାଙ୍କୁ କୋଲକାତା ସ୍ଥାନାନ୍ତରିତ କରାଯାଇଥିଲା।

ତେବେ ଆଜି ସାବିତ୍ରୀ ଅମାବାସ୍ୟା ଥିବାବେଳେ ଅଭିଷେକଙ୍କ ପାଇଁ ସାବିତ୍ରୀ ବ୍ରତ ରଖି ତାଙ୍କର ଆରୋଗ୍ୟ କାମନା କରିଛନ୍ତି ତାଙ୍କ ସ୍ତ୍ରୀ ମୌସୁମୀ। ତାଙ୍କ ସ୍ୱାମୀ ନିଶ୍ଚିତ ଭାବରେ ଭଲ ହୋଇ ଫେରି ଆସିବେ ବୋଲି ମୌସୁମୀ ଆଶା ରଖିଛନ୍ତି। ଏଥିସହିତ କୋଲକାତା ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସା ପାଇଁ ଆହୁରି ଟଙ୍କା ଦରକାର ହେବ ତେଣୁ ଜନସାଧାରଣଙ୍କ ଠାରୁ ଆହୁରି ଆର୍ଥିକ ସହାୟତାର ଆଶା ରଖିଛନ୍ତି ଅଭିଷେକଙ୍କ ପରିବାରବର୍ଗ।