ଦେଖନ୍ତୁ ଭିଡ଼ିଓ: ଅଫୁଟା ବାଣକୁ ଫୁଟାଇବାକୁ ଯାଇ ଘଟିଲା ଅଘଟଣ, ହାତର ଆଙ୍ଗୁଠି ହରାଇଲେ ମଦ୍ୟପ ଯୁବକ

 
Madyapa jubaka

ଆଲୋକର ପର୍ବ ଦୀପାବଳିରେ ବାଣ ଫୁଟାଇବାକୁ ନେଇ କଟକଣା ଥିଲେ ହେଁ ବାଣ ଫୁଟାଇ ଅନେକ ସ୍ଥାନରେ ଅଘଟଣ ଘଟିଯାଇଥିବା ଖବର ସାମ୍ନାକୁ ଆସିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରଥମତଃ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ବାରଦା ଗାଁରେ ବାଣ ଫୁଟାଉଥିବା ବେଳେ ଜଣଙ୍କର ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି। 

Cracker

ମୃତକ ଜଣକ ଗେଙ୍ଗୁଟିଆ ବାରଦା ଗାଁର ମହେଶ୍ବର ମହାରଣା ହୋଇଥିବା ବେଳେ ବିରେନ ନାୟକ ଓ ପ୍ରସନ୍ନ କୁମାର ବ୍ରହ୍ମା ନାମକ ଦୁଇ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେହିପରି, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବରୁଣପଡ଼ା ଗାଁର ବାଦଲ ଘଡ଼ାଇ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ଅନ୍ୟପକ୍ଷରେ ପାଟକୁରା ତିରିଣିଆରେ ହାତରେ ବାଣ ଫୁଟି ଜଣେ ଯୁବକ ଗୁରୁତର ହୋଇ ପଡ଼ିଛନ୍ତି। ଏହାର ଏକ ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଯୁବକ ଜଣକ ମଦ ପିଇ ଏକ ଅଫୁଟା ବାଣକୁ ଧରି ଦେବାରୁ ଏପରି ହୋଇଥିବା ନିଜେ କହିଛନ୍ତି। ବାଣଟି ତାଙ୍କ ହାତରେ ଫୁଟି ଯାଇଥିବାରୁ ତାଙ୍କର ଏକ ଆଙ୍ଗୁଠି ସମ୍ପୂର୍ଣ୍ଣ କଟିଯାଇଛି।

From around the web